ଦେଶ ଇତିହାସରେ ଦ୍ୱିତୀୟ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ
ଆଗରୁ କେଜ୍ରିୱାଲ ବି ନିଜ ମନ୍ତ୍ରୀଙ୍କୁ ବିଦା କରିଥିଲେ
ଚଣ୍ଡିଗଡ଼ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ । ପଞ୍ଜାବରେ ଆପ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ନିଜ କ୍ୟାବିଟେରୁ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ବିଦା କରିଛନ୍ତି । ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ପ୍ରମାଣ ମିଳିବା ପରେ ଏପରି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ । ତେବେ ସିଙ୍ଗଲା ଏକ ଟେଣ୍ଡର ଉପରେ ଅଧିକ କମିଶନ ଦାବି କରୁଥିବା ଅଭିଯୋଗ ହୋଇଥିଲା । ମନ୍ତ୍ରୀଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ଏପରି କଠୋର କାର୍ଯ୍ୟାନୁଷ୍ଠା ଗ୍ରହଣ କରିଛନ୍ତି ।
ଦେଶ ଇତିହାସରେ ଏହା ହେଉଛି ଦ୍ୱିତୀୟ ଥର ଜଣେ ମୁଖ୍ୟମନ୍ତ୍ରୀ ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୋଧରେ ଏପରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହା ଆଗରୁ ଆପ ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଦୁର୍ନୀତି ଅଭିଯୋଗରେ ୨୦୧୫ରେ ତାଙ୍କର ଜଣେ ମନ୍ତ୍ରୀଙ୍କୁ ବରଖାସ୍ତ କରିଥିଲେ । ତେବେ ଦୁର୍ନୀତିକୁ ବରଦାସ୍ତ କରାଯିବନି ବୋଲି ଏକ ଭିଡିଓରେ ବାର୍ତ୍ତାରେ କହିଛନ୍ତି ।
ସେ କହିଛନ୍ତି ଯେ, ଲୋକମାନେ ତାଙ୍କୁ ବହୁ ଆଶାର ସହିତ ଭୋଟ୍ ଦେଇଚନ୍ତି । ଯାହାକୁ ଆମକୁ ପାଳନ କରିବାକୁ ପଡ଼ିବ । ଏବଂ ଆପ୍ ଦୁର୍ନୀତି ବିରୋଧରେ ଏହି ସଂଗ୍ରାମ ଜାରି ରଖିବ । ତେବେ ସିଙ୍ଗଲା ମଧ୍ୟ ନିଜ ଭୁଲ ସ୍ୱିକାର କରିଥିବା କଥା କହିଛନ୍ତି ମାନ୍ । ଏହାଛଡ଼ା ସିଙ୍ଗଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏବେ ସାମ୍ନାକୁ ଆସିଛି ରାଘବ ଚଢାଙ୍କ ଟ୍ୱିଟ୍ । ଏଥିରେ ଭଗୱନ୍ତଙ୍କ ଏହି ପଦକ୍ଷେପକୁ ସେ ପ୍ରଶଂସା କରିବା ସହିତ ଏହା କେବଳ ଆମ୍ ଆଦମି ପାର୍ଟିରେ ହିଁ ସମ୍ଭବ ବୋଲି କହିଛନ୍ତି ।
