ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ
ନୂଆଦିଲ୍ଲୀ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ସିରିଜ ପାଇଁ ଘୋଷଣା ହେଲା ଦଳ। ବିସିସିଆଇ ପକ୍ଷରୁ ଟୁଇଟ କରି ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳର ଅଧିନାୟକ ଦାୟିତ୍ବ କେ.ଏଲ୍ ରାହୁଲଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ରିଷଭ ପନ୍ତଙ୍କୁ ଉପ-ଅଧିନାୟକ କରାଯାଇଛି। ଦୀନେଶ କାର୍ତ୍ତିକଙ୍କ ବର୍ତ୍ତମାନର ପ୍ରଦର୍ଶନକୁ ଦେଖି ତାଙ୍କୁ ଟି -୨୦ ଦଳରେ ମଧ୍ୟ ସ୍ଥାନ ଦିଆଯାଇଛି। ଏହି ଦଳରେ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ମାନଙ୍କୁ ସ୍ଥାନ ଦିଆଯାଇଛି।
ଆଇପିଏଲ ୨୦୨୨ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି । କେଏଲ ରାହୁଲଙ୍କୁ ଦଳର ଅଧିନାୟକ କରାଯାଇଛି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଟି-୨୦ ସିରିଜରେ ରୋହିତ-କୋହଲିଙ୍କ ବ୍ୟତୀତ ଯଶପ୍ରୀତ ବୁମରା, ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଶିଖର ଧାୱନଙ୍କୁ ଦଳରେ ସ୍ଥାନ ମିଳିନି । ସବୁଠୁ ବଡ କଥା ଧାୱନଙ୍କୁ ଉକ୍ତ ସିରିଜ୍ ପାଇଁ ଦଳର ଅଧିନାୟକ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଟି-୨୦ ଦଳରେ ଅନେକ ବଡ ଖେଳାଳିଙ୍କ ପ୍ରତ୍ୟାବର୍ତନ ଘଟିଛି । ସେଥିରେ ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତି, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲଙ୍କ ପରି ନାମ ସାମିଲ୍ । ଏହା ବ୍ୟତୀତ ଆଇପିଏଲ ୨୦୨୨ରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିଛି । ଅର୍ଶଦୀପ ସିଂହ ଏବଂ ଉମରାନ ମଲିକଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସୁଯୋଗ ମିଳିଛି ।
ଭାରତ-ଦ. ଆଫ୍ରିକା ଟି-୨୦ ସିରିଜ୍ ପ୍ରଥମ ଟି-୨୦: ଜୁନ ୯, ଦିଲ୍ଲୀ । ଦ୍ୱିତୀୟ ଟି-୨୦: ଜୁନ ୧୨, କଟକ । ତୃତୀୟ ଟି-୨୦: ଜୁନ ୧୪, ବିଶାଖାପଟନମ । ଚତୁର୍ଥ ଟି-୨୦: ଜୁନ ୧୭, ରାଜକୋଟ୍ । ପଂଚମ ଟି-୨୦: ଜୁନ ୧୯, ବେଙ୍ଗାଲୁରୁ ।
ଟି -୨୦ ଦଳ:
କେ.ଏଲ୍ ରାହୁଲ (କ୍ୟାପଟେନ), ରିତୁରାଜ ଗାଇକୱାଡ, ଇଶାନ କିଶନ, ଦୀପକ ହୁଡା, ଶ୍ରେୟାସ ଆୟର,ରିଷଭ ପନ୍ତ (ଭିସି), ଦୀନେଶ କାର୍ତ୍ତିକ (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର୍, ଓ୍ବାଇ ଚହଲ, କୁଲଦୀପ ଯାଦବ, ଆକ୍ସାର ପଟେଲ , ଆର ବିଷ୍ଣୁ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆଭେଶ ଖାନ, ଅର୍ଶଦୀପ ସିଂ, ଉମରନ ମଲିକ ।
