କଞ୍ଚା କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି କ୍ଷତିକାରକ ? ଜାଣନ୍ତୁ ସତ୍ୟତା
କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚନା କରାଯାଏ । କାରଣ ଏଥିରେ ପ୍ରାୟ ସମସ୍ତ ପ୍ରକାରର ପୁଷ୍ଟିକର ଖାଦ୍ୟ ମିଳିଥାଏ । ଯେଉଁଥିପାଇଁ ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କ୍ଷୀର ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । କ୍ଷୀରକୁ ବିଭିନ୍ନ ଉପାୟରେ ଲୋକେ ପିଇଥାନ୍ତି । କିଛି ଲୋକ କ୍ଷୀରକୁ କଞ୍ଚା ପିଇଥିବାବେଳେ କିଛି ଲୋକେ ଏହାକୁ ଫୁଟାଇ ପିଇଥାନ୍ତି । ଆଉ କିଛି ଲୋକ କ୍ଷୀରକୁ ସାମାନ୍ୟ ଗରମ କରି ପିଇଥାନ୍ତି । କିନ୍ତୁ ଅଧିକାଂଶ ଲୋକ କ୍ଷୀରକୁ କଞ୍ଚା ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା ।
ପ୍ରକୃତ କଥା ହେଉଛି କଞ୍ଚା କ୍ଷୀର ପିଇବା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ଆମେରିକାର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ‘ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଅନୁଯାୟୀ, କଞ୍ଚା କ୍ଷୀରରେ ଅନେକ କ୍ଷତିକାରକ ବ୍ୟାକ୍ଟେରିଆ ରହିପାରେ । ଯେପରିକି ଇଚେରିଚିଆ କୋଲା (ଇ.କୋଲି) ଏବଂ ଲିଷ୍ଟେରିଆ, ସଲମାନେଲା ଇତ୍ୟାଦି । ଯଦି କୌଣସି ବ୍ୟକ୍ତି କଞ୍ଚା କ୍ଷୀର ପିଅନ୍ତି । ତେବେ ତାଙ୍କର ଫୁଡ ପଏଜନ ହେବାର ଅଭିଯୋଗ ଆସିପାରେ । କଞ୍ଚା କ୍ଷୀରରେ ଥିବା ଜୀବାଣୁ ଆମ ଶରୀରକୁ ଆସି କ୍ଷତି ପହଞ୍ଚାଇପାରେ । ଡାଇରିଆ, ଆର୍ଥ୍ରାଇଟିସ୍ ଏବଂ ଡିହାଇଡ୍ରେସନ୍ ଭଳି ସମସ୍ୟା ସୃଷ୍ଟି କରିଥାଏ ।
ଏହାର ଅନ୍ୟ ଏକ କାରଣ ହେଉଛି ଯେତେବେଳେ ପଶୁଙ୍କ କ୍ଷୀର ବାହାର କରାଯାଏ । ସେତେବେଳେ ଗାଈଗୋରୁଙ୍କ ପହ୍ନା ଦୂଷିତ ରହିଥାଇପାରେ । ଯଦି ଏଥିପାଇଁ ସଫା ହାତ ଏବଂ ପରିଷ୍କାର ବାସନ ବ୍ୟବହାର କରାଯାଏ ନାହିଁ । ତେବେ କ୍ଷୀରରେ ମଇଳା ଆସିପାରେ । ସେଥିପାଇଁ ଏହା ଆବଶ୍ୟକଯେ, ଆମେ ଏହାକୁ ଫୁଟାଇବା ପରେ କ୍ଷୀର ପିଇବା ଉଚିତ୍ ।
