ବ୍ରଜରାଜନଗର ଉପ-ନିର୍ବାଚନ : ଏଥର ମତାଧିକାର ସାବ୍ୟସ୍ତ କରିବେ ୨ଲକ୍ଷ ୧୪ହଜାର ୮୭୮ ଭୋଟର
ଭୁବନେଶ୍ୱର : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି। ମଇଦାନରେ ମୋଟ ୧୧ ଜଣ ପ୍ରାର୍ଥୀ ଅଛନ୍ତି। ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ଏଥର ମତାଧିକାର ସାବ୍ୟସ୍ତ କରିପାରିବେ । ଏଥିମଧ୍ୟରୁ ୩ ହଜାର ୫୨୦ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ୧୬୨୮ ଭୋଟରଙ୍କ ବୟସ ୮୦ ବର୍ଷରୁ ଅଧିକ ରହିଛି । ୧୩୩ ନୂଆ ଭୋଟର ସାମିଲ ହୋଇଛନ୍ତି। ପ୍ରତି ବୁଥରେ ଅତି ବେଶୀରେ ୧୨୫୦ ଭୋଟର ରହିବେ । ଏଥର ମୋଟ ୨୭୯ ବୁଥ କରାଯାଇଛି। ୩୨୫ ଲୋକଙ୍କ ଘରୁ ଭୋଟ ସଂଗ୍ରହ କରାଯିବ। ସେମାନେ ଭୋଟ ଦେବାକୁ ଆସିବାକୁ ଅସମର୍ଥ ଥିବାରୁ ଘରୁ ଭୋଟ ସଂଗ୍ରହ ହେବ। ଆଜିଠୁ ଭୋଟ ସଂଗ୍ରହ ଆରମ୍ଭ ହୋଇଛି। ୨୨୪ ଜଣ ସର୍ଭିସ ଭୋଟରଙ୍କ ପାଇଁ ପୋଷ୍ଟଲ ବ୍ୟାଲଟ ପଠା ସରିଛି।ନିର୍ବାଚନ ପରିଚାଳନା ପାଇଁ ୧୩୯୬ ପୋଲିଂ ଅଧିକାରୀ ରହିବେ।
ସେହିପରି ମଇଦାନରେ ମୋଟ ୧୧ ଜଣ ପାର୍ଥୀ ଅଛନ୍ତି। ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଝାରସୁଗୁଡା ଇଞ୍ଜିନିୟର ସ୍କୁଲରେ ସ୍ୱତନ୍କ୍ର କେନ୍ଦ୍ର ହେବ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ପୁଲିଂ ଅଧିକାରୀଙ୍କ ପାଇଁ ୩୮୦ ଗାଡି ବ୍ୟବସ୍ଥା କରାଯାଇଛି। ୧୭୦ ଆର୍ମ ଲାଇସେନ୍ସକୁ ଥାନାରେ ଡିପୋଜିଟ କରାଯାଇଛି। ପୂର୍ବରୁ ଅପରାଧୀକ ମାମଲା ଥିବା ୧୦୪୮ ଲୋକଙ୍କୁ ଅଟକ ରଖାଯାଇଛି। ୭୧ ଜଣଙ୍କ ନାଁରେ ଏଲବିଡବ୍ଲୁ ଜାରି କରାଯାଇଛି। ଏହି ସମୟରେ ୮୩୫ ଲିଟର ମଦ ଜବତ କରାଯାଇଛି। ୧୯୫୦ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଯେଉଁଥିରେ ଭୋଟର ଅଭିଯୋଗ ଓ ସମସ୍ୟା ଶୁଣାଯିବ। ସେହିପରି ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ। ଆବଶ୍ୟକ ସ୍ଥାନରେ ଭିଡିଓଗ୍ରାଫି କରାଯିବ। ଯେଉଁ ବୁଥରେ ଗତଥର କମ ଭୋଟି ହୋଇଥିଲା ସେଠାରେ ମୁଁ ବି ଭୋଟ ଦେବି ନାମରେ କ୍ୟାମ୍ପନ କରାଯାଉଛି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସବୁ ବ୍ୟବସ୍ଥା ହୋଇଛି। ମୋଟ ୩୦ଟି ମଡେଲ ବୁଥ କରାଯାଇଛି। ଏଠାରେ ସବୁ ଆବଶ୍ୟକୀୟ ବ୍ୟବସ୍ଥା ରହିଛି। ୫ଟି ପିଙ୍କ ବୁଥ ରହିଛି। ସବୁ ବୁଥରେ ଖରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେଉଁ ବୁଥରେ ପୂର୍ବରୁ ସମସ୍ୟା ରହିଛି କିମ୍ବା ଅଘଟଣ ଘଟିଛି ଏବଂ ଅଘଟଣ ଆଶଙ୍କା ଥିବ ସେନେଇ ରାଜନୈତିକ ଦଳ ଗୁଡିକ ସୂଚନା ଦେବେ ବୋଲି ସୁଶୀଲ ଲୋହାନୀ କହିଛନ୍ତି ।
