ବାଲେଶ୍ୱରରେ ଇଏସ୍ଆଇ ହସ୍ପିଟାଲ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଏମ୍ପିଙ୍କ ଦାବିପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଏକ ଶିଳ୍ପ ବହୁଳ ଅଞ୍ଚଳ । ମାତ୍ର ଜିଲାରେ ଇଏସ୍ଆଇ ହସ୍ପିଟାଲ ନଥିବା ହେତୁ ଶ୍ରମିକ ମାନଙ୍କର ଜରୁରୀ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡୁଛି । ଏ ନେଇ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପୂର୍ବରୁ ଅନେକ ଥର ପତ୍ରାଚାର ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ମଧ କରିଥିଲେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷାତ କରି ଜିଲାରେ ଇଏସ୍ଆଇ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦାବିପତ୍ର ଦେବା ସହିତ ଆଲୋଚନା କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀମାନଙ୍କୁ ଶୀଘ୍ର କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
