ଏଥର ସାବିତ୍ରୀ ଅମାବାସ୍ୟାରେ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ୱର : ଆସନ୍ତା ୩୦ ତାରିଖରେ ସାବିତ୍ରୀ ଅମାବାସ୍ୟା। ସେଦିନ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, କଲେଜ ପ୍ରିନ୍ସିପାଲ୍ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।
୩୦ ତାରିଖ ଦିନ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଏବଂ ବେସରକାରୀ ଡିଗ୍ରୀ କଲେଜ ବନ୍ଦ ରହିବ ବୋଲି କୁହାଯାଇଛି। ଏହା ପୂର୍ବରୁ ସ୍କୁଲ୍ଗୁଡ଼ିକ ୩୦ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଥିଲା।
