ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସେମିନାର ଉଦ୍ଘାଟିତ
The Union Minister for Home Affairs and Cooperation, Shri Amit Shah at an International Seminar on ‘Revisiting The Ideas of India from ‘Swaraj’ to New India’ organized by the University of Delhi, in New Delhi on May 19, 2022.
ସ୍ୱରାଜର ସମ୍ପୂର୍ଣ୍ଣ କଳ୍ପନା ହିଁ ନୂଆ ଭାରତର ବିଚାର : ଅମିତ ଶାହ
ଜ୍ଞାନ ଆଧାରିତ ମହାଶକ୍ତି ଦିଗରେ ଭାରତ ଅଗ୍ରସର : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ସ୍ୱରାଜର ବାଖ୍ୟାରେ ସ୍ୱଦେଶୀ, ସ୍ୱଭାଷା, ସ୍ୱଧର୍ମ, ଆମର ସଂସ୍କତି ଏବଂ ଦେଶର ସର୍ବୋଚ୍ଚ ବିଚାର ସର୍ବପ୍ରଥମେ ସ୍ୱତଃପ୍ରବୃତ ମନକୁ ଆସିଥାଏ । କିନ୍ତୁ ସ୍ୱାଧୀନତା ପରବର୍ତୀ ସମୟରେ ସ୍ୱରାଜର ଏହି ସମସ୍ତ ବାଖ୍ୟାକୁ ଅଣଦେଖା କରି କେବଳ ଶାସନ ବ୍ୟବସ୍ଥାରେ ସୀମିତ କରାଗଲା । ବର୍ତମାନ ସମୟରେ ଏ ସମସ୍ତ ବିଷୟ ଗୁଡିକର ପୁନର୍ବିଚାର ଜରୁରୀ । ସ୍ୱରାଜର ସମ୍ପୂର୍ଣ୍ଣ କଳ୍ପନା ହିଁ ନୂଆ ଇଣ୍ଡିଆର ବିଚାର ଏବଂ ଏହି ବିଚାର ହିଁ ଏହାର ମୂଳ ଆଧାର ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।
ଗୁରୁବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଅନ୍ତରାଷ୍ଟ୍ରୀୟ ସେମିନାରକୁ ଉଦଘାଟନ କରିବା ଅବସରରେ ଶ୍ରୀ ଶାହ ଉପସ୍ଥିତ ପ୍ରାଧ୍ୟାପକ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି । “‘ସ୍ୱରାଜ ରୁ ନୂଆ ଭାରତ’ପର୍ଯ୍ୟନ୍ତ ଭାରତ ବିଚାରର ପୁନରାବଲୋକନ ଶୀର୍ଷକ ଆଲୋଚନାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଶାହ କହିଛନ୍ତି ଯେ ଆମ ସ୍ୱରାଜ କଳ୍ପନାରେ ‘ସ୍ୱ’ ଶବ୍ଦର ମହତ୍ୱ ଅଧିକ ଏବଂ ‘ରାଜ’ର ଅର୍ଥ ବ୍ୟବସ୍ଥା ଆଣିବା । ମାତ୍ର ସ୍ୱାଧୀନତା ପରେ ‘ସ୍ୱ’କୁ ଧ୍ୟାନ ନ ଦିଆଯାଇ ଶାସନକୁ ପ୍ରାଧାନ୍ୟ ଦିଆଗଲା । ଏହି କାରଣରୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏ ସମସ୍ତ ବିଷୟର ପୁର୍ନବିଚାର ଜରୁରୀ । ସେ ଆହୁରି କହିିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ୧୦୦ ବର୍ଷ ପୂରଣ କରିବା ଏବଂ ଆଗାମୀ ଦିନର ରୂପରେଖ ପ୍ରସ୍ତୁତ କରିବା ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ଏକ ବଡ ଉପଲବ୍ଧି । ପରିବର୍ତନର ଯେଉଁ ବିଚାର, ନୀତି କିମ୍ବା କଳ୍ପନା ରହିଛି, ଏହାର ବାହକ ହେଉଛି ବିଶ୍ୱବିଦ୍ୟାଳୟ ଏବଂ ଏହାର ବିଦ୍ୟାର୍ଥୀ । କାଳଖଣ୍ଡ ଯାହା ବି ହେଉ ଅର୍ଥାତ୍ ଯେବେ ବି ଯୁଗ ପରିବର୍ତନ ହୁଏ, ପରିବର୍ତନର ବାହକ ସର୍ବଦା ବିଶ୍ୱବିଦ୍ୟାଳୟ ରୁହେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେମିନାରରେ ଯୋଗଦେଇ କହିଛନ୍ତି ଯେ ବିଗତ ୮ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଭାରତ ଗଠନ କରିବା ଏବଂ ଭାରତକୁ ଏକ ଆର୍ôଥକ ମହାଶକ୍ତି ଭାବରେ ସ୍ଥାପିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ଦେଶରେ ଅଭୁତପୂର୍ବ ଗତିରେ କାମ ସମ୍ପନ୍ନ ହେଉଅଛି । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ହେବା ଦ୍ୱାରା ଏକବିଂଶ ଶତାବ୍ଦୀରେ ଭାରତ ଏକ ଜ୍ଞାନ ଆଧାରିତ ମହାଶକ୍ତି ହେବା ଦିଗରେ ଅଗ୍ରସର ହେଉଛି । ଆଜି ଆମର ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।
