ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ସିବିଆଇ ଚଢ଼ାଉ
ନୂଆଦିଲ୍ଲୀ : ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ଘର ଏବଂ କାର୍ଯ୍ୟାଳୟରେ ସହ ୯ଟି ସ୍ଥାନରେ ଚଢାଉ କରାଯାଉଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଶୁଣିବାକୁ ମିଳିଛି ।
ସୂଚନା ଅନୁଯାୟୀ, ବେଆଇନ ଅର୍ଥ କାରବାର ନେଇ ସିବିଆଇ କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ଏକ ନୂଆ ମାମଲା ରୁଜୁ କରିଛି। କାର୍ତ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ପରେ ସିବିଆଇ ମଙ୍ଗଳବାର ଚେନ୍ନାଇର ୯ ଟି ସ୍ଥାନରେ ଚଢାଉ କରିଛି।
