ବାଲେଶ୍ୱର : ମଲ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ତଦାରଖ
ବାଲେଶ୍ୱର : ବାଲେଶ୍ୱର ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ରବିବାର ସହରର ବିଭିନ୍ନ ମଲ ଉପରେ ଚଢ଼ାଉ କରାଯାଇଥିଲା । ମଲ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ଭାବେ ଅଛି କି ନାହିଁ ସେ ନେଇ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ଟିମ୍ ସହର ରେ ଥିବା ମଲଗୁଡ଼ିକରେ ତଦାରଖ କରିଥିଲେ । ମଲ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରେ ତ୍ରୁଟି ଥିବା ନେଇ ମଲ ଗୁଡ଼ିକୁ ତାଗିଦ୍ କରାଯିବା ସହ ଅଗ୍ନିଶମ ବିଭାଗର ଏକ ଟିମ୍ ମଧ୍ୟ କିଭଳି ଦୁର୍ଘଟଣା ଘଟିଲେ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିବ ସେନେଇ ମଲରେ କାର୍ଯ୍ୟରତ କର୍ମଚାରୀଙ୍କୁ ଟ୍ରେନିଂ ଦେଇଥିଲେ । ତେବେ ଆଗାମୀ ଦିନରେ ବିଭିନ୍ନ ସପିଙ୍ଗ ମଲ ଓ ବଡ଼ ବଡ଼ କୋଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଚଢ଼ାଉ ଜାରି ରହିବ ବୋଲି ଜିଲା ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
