ଅଙ୍ଗନବାଡି କର୍ମୀଙ୍କ ଗଳିତ ଶବ ଉଦ୍ଧାର, କରିଥିଲେ ମହିଲା ଗ୍ରୁପ ଟଙ୍କା ଆତ୍ମସାତ
ଛତ୍ରପୁର : ମହିଳା ଗ୍ରୁପ ଋଣ ଆତ୍ମସାତ କରି ନିଖୋଜ ଥିବା ଅଙ୍ଗନବାଡି କର୍ମୀଙ୍କ ଗଳିତ ଶବ ଉଦ୍ଧାର । ଛତ୍ରପୁର ବ୍ଳକ ପୋଡାପଦର ପଞ୍ଚାୟତର ସୁବାସିନୀ ପଣ୍ଡାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସୁବାସିନୀ କିଛିଦିନ ମଧ୍ୟରେ ଗାଁର ୧୦ ଜଣ ମହିଳାଙ୍କ ନାମରେ ଅଲଗା ଅଲଗା ରଣ ନେଇ ଯାଇଥିଲେ। ଋଣ ନେବା ବେଳେ କୌଣସି ମହିଳା ଅନ୍ୟ ମହିଳାଙ୍କ ବିଷୟରେ ଜାଣି ନ ଥିଲେ। ସୋମବାର ଦିନ ସାପ୍ତାହିକ କିସ୍ତି ସୁବାସିନୀ ପୈଠ କରି ନ ଥିବା ନେଇ ଉକ୍ତ ବେସରକାରୀ ବ୍ୟାଙ୍କର ଋଣ ଅସୁଲକାରୀ ମାନେ ଗ୍ରାମକୁ କିସ୍ତି ଆଦାୟ ପାଇଁ ଆସିବା ବେଳେ ଜଣା ପଡିଥିଲା। ଏହାକୁ ନେଇ ତୁମ୍ବିତୋଫାନ ହେବା ସହ ସୁବାସିନୀ ଅନେକ ମହିଳାଙ୍କ ନାମରେ ଋଣ ଉଠାଇ ଥିବା ଜଣା ପଡିଥିଲା। ସେହି ଦିନ ଠାରୁ ସୁବାସିନୀ ଗାଁରୁ ନିଖୋଜ ଥିବା ବେଳେ ଆଜି ତାଙ୍କର ଗଳିତ ମୃତ ଶରୀର ମିଳିଛି।
