ଇଂଲଣ୍ଡ ଟେଷ୍ଟ ଟିମ ମୁଖ୍ୟ କୋଚ୍ ହେଲେ ମ୍ୟାକୁଲମ
ହାଇଦ୍ରାବାଦ: ଇଂଲଣ୍ଡ ପୁରୁଷ ଟେଷ୍ଟ କ୍ରିକେଟ ଟିମ୍ ମୁଖ୍ୟ କୋଚ୍ ଭାବେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମଙ୍କୁ ନିଯୁକ୍ତି । ଏନେଇ ଇଂଲଣ୍ଡ ଏବଂ କ୍ରିକେଟ ୱାଲେସ କ୍ରିକେଟ ବୋର୍ଡ ସୂଚନା ଦେଇଛି । ଆସନ୍ତା ମାସରୁ ମୁଖ୍ୟ କୋଚ ଭାବେ କାର୍ଯ୍ୟ ଆରମ୍ଭ କରିବେ ମ୍ୟାକୁଲମ ।
ତେବେ ଜୁନ ୨ ତାରିଖରୁ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟିକିଆ ଟେଷ୍ଟ ସିରିଜ ଖେଳାଯିବ । ଏଥିରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଇଂଲଣ୍ଡର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିବେ । ଇଂଲଣ୍ଡ କ୍ରିକେଟ ୱୋର୍ଡର ଚୟନକର୍ତାର ମୁଖ୍ୟ ଅଗ୍ଜିକ୍ୟୁଟିଭ ଅଫିସର ଟୋମ ହାରିସୋନ, ପୁରୁଷ କ୍ରିକେଟ୍ ରବ୍ ପରିଚାଳନା ନିର୍ଦ୍ଦେଶକ, ଷ୍ଟ୍ରାଟେଜିକ୍ ପରାମର୍ଶଦାତା ଆଣ୍ଡ୍ରିୟୁ ଷ୍ଟ୍ରସ୍ ଏବଂ ପ୍ରଦର୍ଶନ ନିର୍ଦ୍ଦେଶକ ମୋ ବୋବାଟଙ୍କ ସର୍ବସମ୍ମତି କ୍ରମେ ମ୍ୟାକୁଲମଙ୍କୁ ନିଯୁକ୍ତି ମିଳିଛି । ତେବେ ସାକ୍ଷାତକାରରେ ମ୍ୟାକୁଲମ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଚୟନକର୍ତାଙ୍କ ପକ୍ଷରୁ ପ୍ରକାଶ ପାଇଛି । ତେବେ ମ୍ୟାକୁଲମ ବର୍ତମାନ ଆଇପିଏଲ କୋଲକାତା ନାଇଟ ରାଇଡର୍ସ ମୁଖ୍ୟ କୋଚ୍ ଭାବେ କାର୍ଯ୍ୟରତ ଅଛନ୍ତି । ଏହାପୂର୍ବରୁ ସେ କାରିବିଆନ ପ୍ରିମିୟର ଲିଗ ୨୦୨୨ର ଟ୍ରିନବାଗୋ ନାଇଟ ରାଇଡର୍ସ କୋଚ ଥିଲେ । ତେବେ ଇଂଲଣ୍ଡ କ୍ରିକେଟ ବୋର୍ଡ ଏହି ନିଯୁକ୍ତି ଦେବା ପରେ ମ୍ୟାକୁଲମ ଖୁସିବ୍ୟକ୍ତ କରିବା ସହ ଟିମକୁ ଦୃଢ କରିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବର୍ତମାନ ଦଳ ସମ୍ମୁଖୀନ କରୁଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡିକ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅବଗତ ଅଛି । ଆଗକୁ ଏସବୁର ସମାଧାନ ଦିଗରେ କାର୍ଯ୍ୟ କରିବି । ବେନ୍ ଷ୍ଟୋକ୍ସଙ୍କ ସହ ସାଥ୍ ଦେଇ ଦଳକୁ ମଜଭୂତ କରିବାକୁ ଚେଷ୍ଟା କରିବି ।’
ବିବିସି ରିପୋର୍ଟ ଅନୁସାରେ, ମ୍ୟାକୁଲମ ଇଂଲଣ୍ଡର ଟେଷ୍ଟ୍ କୋଚ୍ ହେବା ଦୌଡରେ ଆଗରେ ଅଛନ୍ତି । ଚଳିତ ସପ୍ତାହରେ ଏନେଇ ଔପଚାରିକ ଘୋଷଣା ହୋଇପାରେ । ସେହିପରି ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ, ମ୍ୟାକଲୁମ କେକେଆରକୁ ନିଜ ପଦରୁ ଇସ୍ତଫା ବାବଦରେ କହି ସାରିଛନ୍ତି । ସୂଚନାଯୋଗ୍ୟ, ଇଂଲଣ୍ଡର ମୁଖ୍ୟ କୋଚ୍ କ୍ରିସ୍ ସିଲଭରବୁଡ୍ ଆସେସରେ ହାରିବା ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ପଲ୍ କଲିଂଉଡକୁ କାର୍ଯ୍ୟନିର୍ବାହୀ କୋଚ୍ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ କୋଚ୍ ପଦ ପାଇଁ ଆବେଦନ ମାଗିଥିଲା । ଯଦି ମ୍ୟାକୁଲମ୍ ଇଂଲଣ୍ଡ ଟେଷ୍ଟ୍ କୋଚ୍ ହୁଅନ୍ତି ତେବେ ଦଳ ତାଙ୍କ ଅଧିନୟରେ ପ୍ରଥମେ ନ୍ୟୁଜିଲାଣ୍ଡକୁ ଭେଟିବ । ଇଂଲଣ୍ଡ ଟିମ୍ ଏଥର ନୂଆ ଟେଷ୍ଟ୍ ଅଧିନାୟକଙ୍କ ସହ ପଡିଆକୁ ଓହ୍ଲାଇବ । କାରଣ ଜୋ ରୁଟଙ୍କ ବଦଳରେ ବେନ୍ ଷ୍ଟୋକସଙ୍କୁ ନୂଆ ଭାର ପ୍ରଦାନ କରାଯାଇଛି । ତେବେ ରୁଟ୍ ଦୀର୍ଘ ୫ ବର୍ଷ ଧରି ଦଳର ନେତୃତ୍ୱ ନେଉଥିଲେ ।
