ପ୍ରମୋଦିନୀ ରାଉଳ ଏସିଡ ଆକ୍ରମଣ ଘଟଣା: ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ
*MANDATORY PICTURE CREDIT* NIRAJ GERA/ CATERS NEWS (Pictured: Here is Rani now with the FIR. Rani has finaly got justice after eight long years.) An Indian woman who was burnt and blinded after a stalker splashed acid on her face has finally found justice after eight long years of struggling in pain as police have arrested the assailant. Santosh Bedanta, 35, a soldier in Indian army was arrested along with his friend Anil Biswajit Dalasiharaya who had assisted Santosh in execution of the acid attack on Pramodini Roul, then a school student, in 2009. Pramodini, who is lovingly called Rani or Queen by her family and friends, was only 15 when Santosh pillioned on a bike rode by Anil had thrown the corrosive element on her, immediately blinding her and melting away her face. SEE CATERS COPY.
ଜଗତସିଂହପୁର : ପ୍ରମୋଦିନୀ ରାଉଳ ଏସିଡ ଆକ୍ରମଣ ଘଟଣାରେ ରାୟ ଶୁଣାଇଲେ କୋର୍ଟ । ୧୪ ବର୍ଷ ପରେ ଆସିଲା ରାୟ । ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂରାୟଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଣିଲେ କୋର୍ଟ । ଏହାସହିତ ୧୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସୂଚନା ଯେ, ଗତ ୨୦୦୯ ଏପ୍ରିଲ ୧୮ ତାରିଖରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିଲା । ଜଗତସିଂହପୁର ପ୍ରମୋଦିନୀଙ୍କୁ ଏକ ତରଫା ପ୍ରେମ ନିବେଦନ କରିଥିଲେ ଯବାନ ସନ୍ତୋଷ ବେଦାନ୍ତ । କିନ୍ତୁ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ପ୍ରମୋଦିନୀ । ଏହା ଶୁଣି ସନ୍ତୋଷ ରାଗିଯାଇଥିଲା । ଆଉ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା । ଦିନେ ପ୍ରମୋଦିନୀ ଘରକୁ ଫେରିବା ରାସ୍ତାରେ ସହଯୋଗୀ ସହ ମିଶି ସନ୍ତୋଷ ତାଙ୍କ ଉପରକୁ ଏସିଡ୍ ପକାଇଥିଲେ । ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଏସିଡ୍ ମାଡ଼ ଦ୍ୱାରା ପ୍ରମୋଦିନୀଙ୍କ ଶରୀରରେ ୮୦% ଜଳିଯାଇଥିଲା । ଆଉ ବିକୃତ ହୋଇଯାଇଥିଲା ପ୍ରମୋଦିନୀଙ୍କ ଚେହେରା । ପରେ କଟକ ବଡ଼ ମେଡିକାଲରେ ଦୀର୍ଘ ୨ ବର୍ଷ ଚିକିତ୍ସା ପରେ ବି ତାଙ୍କ ପୂର୍ବ ଚେହେରା ଫେରିପାରିନଥିଲା ପ୍ରମୋଦିନୀ ।
