ଆମ୍ବୁଲାନ୍ସରୁ ୭୫ କେଜି ଗଞ୍ଜେଇ ଜବତ : ଜଣେ ଗିରଫ, ଜଣେ ଫେରାର
ଫୁଲବାଣୀ : ଆମ୍ବୁଲାନ୍ସରେ ଚାଲିଥିଲା ଗଞ୍ଜେଇ କାରବାର । ଚଢାଉ କରି ୭୫ କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ । ଏହାସହିତ ଜଣଙ୍କୁ ଗିରଫ କରିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି ।
ସୂଚନା ଯେ, ରବିବାର ସନ୍ଧ୍ୟା ସମୟରେ ପ୍ରୟାସ ନାମକ ଏକ ବେସରକାରୀ ସଂସ୍ଥା ଆମ୍ବୁଲାନ୍ସରେ ୭୫ କେଜି ଗଞ୍ଜେଇ ଅନୁଗୁଳ ଜିଲାକୁ ଚୋରା ଚାଲାଣ କରୁଥିଲା । ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ବିଭାଗର ଅଧିକାରୀମାନେ ଚଢାଉ କରିଥିଲେ । ଏହି ଚଢ଼ାଉରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣଙ୍କ ଅନୁଗୁଳ ଜିଲା ଛେଣ୍ଡିପଜା ପ୍ରହଲ୍ଲାଦ ବେହେରା ବୋଲି ଜଣାପଡିଛି ।
