ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର
ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର । ଗତ ରବିବାର ବିଳମ୍ବିତ ରାତି ୧ଟା ୧୧ ମିନିଟ୍ ସମୟରେ ଆଣ୍ଡାମାନ-ନିକୋବରରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି ।
ବିଳମ୍ୱିତ ରାତିରେ ଭୂମିକମ୍ପ ହୋଇଥିବାରୁ ପ୍ରାୟ ସମସ୍ତ ଲୋକ ଘରେ ରହିଥିଲେ । ହେଲେ ସବୁଠାରୁ ବଡ଼ କଥା ହେଉଛି ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୪ ହୋଇଥିବା ଜଣାପଡ଼ିଛି ।
