ଆଇପିଏଲ୍-୨୦୨୨ : ୫୫ତମ ମ୍ୟାଚରେ ଦିଲ୍ଲୀ-ଚେନ୍ନାଇ ମୁକାବିଲା
ମୁମ୍ବାଇ: ଆଇପିଏଲ୍-୨୦୨୨ର ୫୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ । ପ୍ଲେ-ଅଫ୍ ଦୌଡ ଜୋରଦାର ହୋଇସାରିଥିବାରୁ ଦିଲ୍ଲୀ ବିଜୟ ଲକ୍ଷ୍ୟରେ ରହିଛି । ମାତ୍ର ଚେନ୍ନାଇ ଏକପ୍ରକାର ଏହି ସିଜନରେ ପ୍ଲେ-ଅଫ୍ ଦୌଡରୁ ବାହାରି ସାରିଛି । ଫଳରେ ଦିଲ୍ଲୀ ପାଇଁ ଏହି ମ୍ୟାଚରେ ବିଜୟ ନିତ୍ୟାନ୍ତ ଆବଶ୍ୟକ ଥିବାବେଳେ ଚେନ୍ନାଇ ମଧ୍ୟ ବିଜୟ ହାସଲ କରି ନିଜର ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ ।
ଶନିବାର ସନ୍ଧ୍ୟା ୭ଟା ୩୦ରେ ଦିଲ୍ଲୀକୁ ଭେଟିବ ଚେନ୍ନାଇ । ପୂର୍ବ ମ୍ୟାଚରେ ଦିଲ୍ଲୀ ବିଜୟୀ ହୋଇଥିବା ବେଳେ ୧୦ଟି ମ୍ୟାଚ ଖେଳି ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ପ୍ଲେ-ଅଫରେ ଆଶା ଉଜ୍ଜ୍ବଳ କରିବାକୁ ହେଲେ ଆଜିର ମ୍ୟାଚରେ ଦିଲ୍ଲୀକୁ ବିଜୟୀ ହେବାକୁ ପଡିବ । ଅନ୍ୟପଟେ ଚେନ୍ନାଇ ଚଳିତ ସିଜିନରେ ମିଶ୍ରିତ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି । ୧୦ଟି ମ୍ୟାଚ ଖେଳି କେବଳ ୬ ପଏଣ୍ଟ ହାସଲ କରିଛି ।
