ଆଇପିଏଲ୍-୨୦୨୨ : ରାଜସ୍ଥାନକୁ ୧୯୦ ରନର ଟାର୍ଗେଟ୍ ଦେଲା ପଞ୍ଜାଵ
ମୁମ୍ବାଇ : ଆଇପିଏଲ୍-୨୦୨୨ର ୫୨ତମ ମ୍ୟାଚରେ ଜୋନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୯ ରନ କରିଛି । ପ୍ଲେ ଅଫ ଦୌଡରେ ନିଜର ସ୍ଥିତି ମଜବୁତ ପାଇଁ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୯୦ ରନ ବିଜୟ ଲକ୍ଷ୍ୟ ରହିଛି । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ଏହା ପୂର୍ବରୁ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ତରଫରୁ ୟୁଜବେନ୍ଦ୍ର ଚହଲ ୨୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି ।
ଟସ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ଇଂଲିସ ବ୍ୟାଟ୍ର ଜନ୍ନି ବେୟାରଷ୍ଟୋ ସର୍ବାଧିକ ୪୦ ବଲ୍ରୁ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୬ ରନ୍ର ଇଂନିସ ଖେଳିଛନ୍ତି । ଜିତେଶ ଶର୍ମା ୧୮ ବଲ୍ରୁ ଦ୍ରୁତ ୩୮ ଓ ବି ରାଜପକ୍ସା ୨୭ ରନ୍ର ଇଂନିସ ଖେଳିଛନ୍ତି । ବ୍ୟାଟିଂ କ୍ରମରେ ପରିବର୍ତ୍ତନ ପରେ କ୍ୟାପଟେନ ମୟଙ୍କ ଅଗ୍ରୱାଲ ମାତ୍ର ୧୫ ରନ୍ କରିଛନ୍ତି । ଲିଆମ ଲିଭିଂଷ୍ଟୋନ ଶେଷ ଭାଗରେ ଗୁରୁତ୍ବପୂର୍ଣ୍ଣ ୨୨ ରନ୍ର ଇଂନିସ ଖେଳି ପଞ୍ଜାବର ସ୍କୋର ୧୮୦ ପାର୍ କରାଇଥିଲେ । ଅନ୍ୟପଟେ ରାଜସ୍ଥାନ ପାଇଁ ପୁଣି ସ୍ପିନର ୟୁଜବେନ୍ଦ୍ର ଚହଲ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ୪ ଓଭରରେ ୨୮ ରନ୍ ବ୍ୟୟରେ ୩ଟି ୱିକେଟ ହାତେଇଛନ୍ତି ଚହଲ । ସେହିପରି କୁଲଦୀପ ସେନ ଓ ପ୍ରସିଦ୍ଧ କ୍ରୀଷ୍ଣା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।
