ସରିଲା ମାଟ୍ରିକ ପରୀକ୍ଷା, ଖୁବଶୀଘ୍ର ଆରମ୍ଭ ହେବ ଖାତା ଦେଖା
କଟକ: ସରିଲା ମାଟ୍ରିକ ପରୀକ୍ଷା । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦ ବା ୨୧ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଵୋର୍ଡ ସଭାପତି ରାମାଶିଷ ହାଜରା । ନୋଡାଲ୍ ସେଣ୍ଟରରୁ ଉତ୍ତର ପୁସ୍ତିକା ଆଣିବା ପରେ ଖାତାଦେଖା ଆରମ୍ଭ ହେବ ବୋଲି ସେ କହିଛନ୍ତି । ସେହିପରି କିଛି ମାଟ୍ରିକ ପରୀକ୍ଷାର୍ଥୀ ଅନୁପସ୍ଥିତ ନେଇ ଆମର କିଛି ଦୋଷ ନାହିଁ, ସେକଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୁଝିବ । ପରୀକ୍ଷା ପରିଚାଳନା ଆମ କାମ । ଫର୍ମ ଫିଲପ୍ କଲେ ପରୀକ୍ଷା କରେଇବୁ । ଭେରିଫିକେସନ କରିବା ପାଇଁ ଆମ ପାଖରେ କୌଣସି ବ୍ୟବସ୍ଥା ନାହିଁ ।
ଆଜି ସମମେଟିଭ ଟୁ ରେଗୁଲାର ପରୀକ୍ଷାର୍ଥୀଙ୍କ ପରୀକ୍ଷା ଶେଷ ହୋଇଛି । ସେହିପରି ଆସନ୍ତା ୧୦ ତାରିଖରେ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଶେଷ ହେବ । ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ସରିଥିବା ବେଳେ ଖାତାଦେଖା ମଧ୍ୟ ଆସନ୍ତା ୨୦ କିମ୍ବା ୨୧ ତାରିଖରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ କରାଯିବ । ରାଜୀ, ଗଣିତ ଓ ସାମାଜିକ ବିଜ୍ଞାନ ବିଷୟରେ ଆଉଟ ଅଫ କୋର୍ସ ପ୍ରଶ୍ନପତ୍ରକୁ ନେଇ ପରୀକ୍ଷାର୍ଥୀ କରୁଥିବା ଅଭିଯୋଗର ତର୍ଜମା କରାଯିବ। ଏହାସହ କେବଳ ଇଂରାଜୀ ବିଷୟର କିଛି ପ୍ରଶ୍ନକୁ ନେଇ ତ୍ରୁଟି ଥିବା ଜଣାପଡ଼ିଛି ବୋଲି କହିଛନ୍ତି ଵୋର୍ଡ ସଭାପତି । ସୂଚନ ଯେ, ଗତ ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟରେ ୩ ହଜାର ୨୦୩ ସେଣ୍ଟରରେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।
