ଆଇପିଏଲ୍-୨୦୨୨ : ମୁମ୍ବାଇ ବିପକ୍ଷରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜୁରାଟ
ମୁମ୍ବାଇ: ଆଇପିଏଲ୍-୨୦୨୨ର ୫୧ତମ ମ୍ୟାଚରେ ଶୁକ୍ରବାର ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବେ । ଏଥିରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଗୁଜରାଟ ଆଜିର ମ୍ୟାଚ୍ରେ ବିଜୟ ସହ ପ୍ରଥମ ଟିମ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରିବ । ଅନ୍ୟପଟେ ଚଳିତ ସଂସ୍କରଣରେ ନୈରାଶାଜନକ ପ୍ରଦର୍ଶନ ସହ ପଏଣ୍ଟ ଟେବୁଲର ଶେଷରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ପଏଣ୍ଟ ଟେବୁଲର ଉପରକୁ ଉଠିବାର ସୁଯୋଗ ରହିଛି ।
ଏହି ମ୍ୟାଚ୍ ଜିତି ଟାଇଟନ୍ସ ଦଳ ପ୍ଲେ-ଅଫରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେଇ ବିପର୍ଯ୍ୟୟ ଘଟାଇବାକୁ ଯୋଜନା କରୁଛି । ଟାଇଟନ୍ସ ଇତି ମଧ୍ୟରେ ୧୦ଟି ମ୍ୟାଚ୍ ଖେଳି ୮ ବିଜୟ ସହ ମୋଟ୍ ୧୬ ପଏଣ୍ଟ ଅକ୍ତିଆର କରିସାରିଛି । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଆଉ ୪ଟି ମ୍ୟାଚ୍ରୁ ଅତି ବେଶୀରେ ୨ ପଏଣ୍ଟ ହାତେଇଲେ ମଧ୍ୟ ପ୍ଲେ-ଅଫ ନିଶ୍ଚିତ ହେବ । ହେଲେ ୫ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ପରିସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ । କ୍ରମାନ୍ୱୟରେ ପ୍ରଥମ ୮ଟି ମ୍ୟାଚ୍ ପରାଜିତ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ନବମ ମ୍ୟାଚ୍ରେ ବିଜୟ ଖାତା ଖୋଲିଥିଲା । ଏଥର ପ୍ଲେ-ଅଫ୍ରେ ପ୍ରବେଶ କରିବାର ଆଶା ନାହିଁ । କିନ୍ତୁ ଅନ୍ୟ କିଛି ଦଳକୁ ଅଟକାଇବାର କ୍ଷମତା ରହିଛି । ଅବଶ୍ୟ ଟାଇଟନ୍ସକୁ ଅଟକାଇପାରିବ ନାହିଁ । କିନ୍ତୁ ପୂର୍ବ ପରାଜୟର ପ୍ରତିଶୋଧ ନେବା ପାଇଁ ଏହା ଉପଯୁକ୍ତ ସମୟ । ମୁମ୍ବାଇ ଇଣ୍ଡିଆନ୍ସକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ରୋହିତ ଶର୍ମା ଓ ଇଶାନ କିଷନ ଫର୍ମ ହରାଇଥିବାରୁ ଦଳକୁ କ୍ଷତି ସହିବାକୁ ପଡ଼ୁଛି । ମ୍ୟାଚ୍ରେ ଉଭୟଙ୍କ ବ୍ୟାଟ୍ରୁ ବଡ ଇନିଂସ ଆଶା କରାଯାଉଛି । ଟାଇଟନ୍ସ ଦଳ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖଛି । ତଥାପି ବ୍ୟାଟିଂ ବିଭାଗରେ ତ୍ରୁଟି ରହିଛି । ମଧ୍ୟକ୍ରମରେ ଦକ୍ଷ ବ୍ୟାଟର ନାହାନ୍ତି । ପୂର୍ବ ମ୍ୟାଚ୍ରେ ଅର୍ଦ୍ଧଶତକ ଅର୍ଜନ କରିଥିବା ସାଇ ସୁଦର୍ଶନ ମଧ୍ୟ ଆହତ ହୋଇଛନ୍ତି । ଦଳର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ।
ଗୁଜରାଟ ଟାଇଟନ୍ସ ଚୂଡାନ୍ତ ଏକାଦଶ :
ରିଦ୍ଧିମାନ ଶାହ(ୱିକେଟ କିପର), ଶୁଭମନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପଟେନ୍ ), ଡେଭିଡ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ପ୍ରଦୀପ ସାଙ୍ଗୱାନ, ଲୋକି ଫର୍ଗୁସନ, ଅଲଜାରି ଜୋସେଫ, ମହମ୍ମଦ ସାମି ।
ମୁମ୍ବାଇ ଇଣ୍ଡିଆନ୍ସ ଚୂଡାନ୍ତ ଏକାଦଶ :
ରୋହିତ ଶର୍ମା(କ୍ୟାପଟେନ୍), ଇଶାନ କିଶାନ(ୱିକେଟ କିପର) ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଟିମ ଡେଭିଡ, କିରଣ ପୋଲାର୍ଡ, ଡାନିଏଲ ସାମ୍ସ, ମୁରୁଗାଁ ଅଶ୍ବିନୀ, କୁମାର କାର୍ତ୍ତିକେୟ, ଜଶପ୍ରୀତ ବୁମରା, ରିଲେ ମେରଡିଥ ।
