ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମନ୍ୱୟ କମିଟି ବୈଠକ
ଭୁବନେଶ୍ୱର : ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମନ୍ବୟ କମିଟି ବୈଠକ । ପୁରୀ ସ୍ବତନ୍ତ୍ର ସର୍କିଟ୍ ହାଉସ୍ ଠାରେ ଏହି ବୈଠକ ଅନୁଷ୍ଠିତ ହେବ। ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବସିବ ସମନ୍ଵୟ କମିଟି ବୈଠକ । କୋଭିଡ୍ ଜନିତ କଟକଣା ପାଇଁ ଦୁଇବର୍ଷ ଧରି ରଥଯାତ୍ରା ସମନ୍ବୟ ବୈଠକ ବନ୍ଦ ରହିବା ପରେ ଚଳିତ ବର୍ଷ ରଥଯାତ୍ରା ପାଇଁ ପୁଣିଥରେ ସମନ୍ବୟ ବୈଠକ ଡକାଯାଇଛି। ବୈଠକରେ ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତ, ସ୍ବାସ୍ଥ୍ୟ, ପରିମଳ ସେବା ଓ ଗମନାଗମନ ନେଇ ହେବ ଆଲୋଚନା ହେବ । ରଥଯାତ୍ରା ନୀତି ଶୃଙ୍ଖଳିତ କରିବା ନେଇ ହେବ ମଧ୍ୟ ଆଲୋଚନା ହେବ ।
ଜୁଲାଇ ୧ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା। ଏହି ଉପଲକ୍ଷେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେପଟେ ଶ୍ରୀନଅର ସ୍ଥିତ ରଥଖଳାର ଚାରିପଟେ ଧଳାକନା ଗୁଡାଯାଇ ୩ରଥର ତୁମ୍ବ ନିର୍ମାଣ ଜାରି ରହିଛି । । ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ରଥନିର୍ମାଣ କାମ । ଭୋଇ ସେବାୟତମାନେ ରଥଖଳାରେ ଆବଶ୍ଯକ କାଠ ପହଞ୍ଚାଇବା ପରେ କରତି ସେବାୟତମାନେ ତୁମ୍ବ ନିର୍ମାଣ ପାଇଁ ଫାଶି କାଠ ଚିରଟ କରିଛନ୍ତି । ପ୍ରଥମ ଦିନରେ ୩ ରଥ ପାଇଁ ତୁମ୍ବ ନିର୍ମାଣ କରାଯାଇଛି । ପ୍ରାଥମିକ ଭାବରେ ୩ରଥ ପାଇଁ ୪୨ଟି ଚକର ଆବଶ୍ୟକତା ଥିବାବେଳେ ୪୨ଟି ତୁମ୍ବ ନିର୍ମାଣ କାର୍ଯ୍ୟ କରୁଛନ୍ତି ବିଶ୍ବକର୍ମା ମହାରଣା ଓ କରତି ସେବାୟତ ।
