ଚାରି ଧାମ ଏବଂ ମା’ କାମାକ୍ଷାଙ୍କ ପାଦଦେଶରେ ନିର୍ମାଣ ହେବ ବେଦ ବିଦ୍ୟାପୀଠ : ଧର୍ମେନ୍ଦ୍ର ପ୍ରଧାନ
NDIhtíx[eg Ju= rJt r;íXtl fuU vrhmh buk clek gÒtNtt fUt tufUtvoK fUh;u füUeg rNGt bkºte "buok "tl> mt: ni mtkm= yrl rVUhtursgt, Wåa rNGt bkºte zt. btunl gt=J>
ଉଜ୍ଜେନ/ଭୁବନେଶ୍ୱର : ଆମର ସଂସ୍କୃତିର ଆଧାର ବେଦର ପ୍ରଚାର ପ୍ରସାର ପାଇଁ ଭାରତ ସରକାର ମହର୍ଷି ସାନ୍ଦିପନୀ ରାଷ୍ଟ୍ରୀୟ ବୈଦବିଦ୍ୟା ପ୍ରତିଷ୍ଠାନ ନେତୃତ୍ୱରେ ଆମ ଜନଆସ୍ଥାର ଚାରି ଧାମ ଓ ମାଆ କାମାକ୍ଷାଙ୍କ ପାଦଦେଶରେ ୫ଟି ବେଦ ବିଦ୍ୟାପୀଠ ନିର୍ମାଣ କରିବାର ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା ବିଦ୍ୟାର୍ଥୀମାନେ ବେଦର ପାଠକୁ ଅଭ୍ୟାସ କରିପାରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଧବାର ମଧ୍ୟପ୍ରଦେଶର ଉଜ୍ଜେନ ଠାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଉଜ୍ଜେନ ସ୍ଥିତ ମହର୍ଷି ସାନ୍ଦିପନୀ ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ଯଜ୍ଞଶାଳା, ଶ୍ରେଣୀଗୃହ ଏବଂ ଇ-ଶ୍ରେଣୀଗୃହର ଲୋକାର୍ପଣ କରିଛନ୍ତି । ଏହି ଅବସରେ ସେ କହିଛନ୍ତି ଯେ ବେଦ ଆମ ସଂସ୍କୃତିର ଆଧାର । ଆମର ବୈଦିକ ପରମ୍ପରା ହେଉଛି କାଳଜୟୀ । ଭାରତ ସରକାର ଏହି ଶିକ୍ଷାନୁଷ୍ଠାନର ନେତୃତ୍ୱରେ ଆମର ଜନଆସ୍ଥାର ଚାରି ଧାମ ପୁରୀ, ବଦ୍ରିନାଥ, ଦ୍ୱାରିକା, ରାମେଶ୍ୱରମ ସମେତ ମାଆ କାମାକ୍ଷାଙ୍କ ପାଦଦେଶରେ ୫ଟି ବେଦ ବିଦ୍ୟାପୀଠ ନିର୍ମାଣ କରିବାର ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା ବିଦ୍ୟାର୍ଥୀମାନେ ବେଦର ପାଠକୁ ଅଭ୍ୟାସ କରିପାରିବେ । ଆମର ପୁରାତନ ଏବଂ ମୂଲ୍ୟବାନ ବେଦ ବ୍ୟବସ୍ଥାକୁ ଆଧୁନିକ ଶିକ୍ଷା ସହିତ ଯୋଡ଼ିବାକୁ ଭାରତ ସରକାର ପଦକ୍ଷେପ ନେଉଛନ୍ତି ଏବଂ ଏହି ମର୍ମରେ ମହର୍ଷି ସାନ୍ଦିପନୀ ପ୍ରତିଷ୍ଠାନକୁ ମାଧ୍ୟମିକ ବୋର୍ଡର ମାନ୍ୟତା ପ୍ରଦାନ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଭାରତ ଏକ ନାରୀ ପ୍ରଧାନ ଦେଶ । ବେଦର ମାଧ୍ୟମରେ ଭାରତୀୟତାକୁ ବିଶ୍ୱ ସାମ୍ନାରେ ଆଣିବା ପାଇଁ ମାଆ ଭଉଣୀ ମାନଙ୍କୁ ବେଦ ଅଧ୍ୟୟନରେ ପ୍ରୋତ୍ସାହିତ କରିବାକୁ ପଡ଼ିବ । ରାଷ୍ଟ୍ରୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାରତୀୟ ଜ୍ଞାନ ପରମ୍ପରାକୁ ଆଗକୁ ବଢ଼ାଇବା, ଆଧୁନିକ ସମାଜରେ ବେଦ ପାଠର ପ୍ରାସଙ୍ଗିକତାକୁ ଆଧୁନିକ ସମାଜରେ ସଂରକ୍ଷିତ ରଖିବା ସହ ପ୍ରୋତ୍ସାହନ କରିବା ଦିଗରେ ଏହି ମହର୍ଷି ସାନ୍ଦିପାନୀ ରାଷ୍ଟ୍ରୀୟ ବେଦବିଦ୍ୟା ପୀଠ ପ୍ରତିଷ୍ଠାନ ଦେଶରେ ୬ ହଜାରରୁ ଅଧିକ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରୁଅଛି । ସେହିପରି ଉଜ୍ଜେନ ଠାରେ ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଏବଂ କୁଶାଭାଉ ଠାକରେ ଜନ୍ମଶତାବ୍ଦୀ ଅନ୍ତର୍ଗତ ସକ୍ଷମ ବୈଭବଶାଳୀ ଭାରତ ନିର୍ମାଣରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ଅଭିଭାଷଣ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ତିନୋଟି ବିଷୟରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଭାରତୀୟ ଭାଷା ତଥା ଆଂଚଳିକ ଭାଷାକୁ ପ୍ରୋତ୍ସାହନ, ଶିକ୍ଷା ପ୍ରଣାଳିରେ ଭାରତୀୟ ମୂଲ୍ୟବୋଧ ଏବଂ ଶିକ୍ଷା ସହ ରୋଜଗାରକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ଯୁବକଙ୍କୁ ସ୍ୱାବଲମ୍ବୀ କରିବା, ଚାକିରି ନ ଖୋଜି ନିଯୁକ୍ତିଦାତା ହେବା ଓ ଉଦ୍ୟୋଗୀ ହୋଇ ପ୍ରତିଷ୍ଠିତ ହୋଇ ବୈଶ୍ୱିକ ନାଗରିକ ସୃଷ୍ଟିରେ ଏହି ନୀତି ପ୍ରଣୟନ କରାଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅତିତରେ ଓଡ଼ିଶାର ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ତିରୁପତି, ମୀନାକ୍ଷୀ ମନ୍ଦିର ଭଳି ଭବ୍ୟ ମନ୍ଦିର ନିର୍ମାଣ ବିନା ଇଞ୍ଜିନିୟରିଂରେ ସମ୍ଭବ ହେଉଥିଲା । ଏଥିରୁ ପ୍ରମାଣ ମିଳୁଛି ଯେ ସେ ସମୟରେ ଲୋକଙ୍କ ଦକ୍ଷତା ଉଚ୍ଚକୋଟିର ଥିଲା । ଭାରତର ପୁରାତନ ମନ୍ଦିରରୁ ସୂକ୍ଷ୍ମ କାରିଗରୀ ଓ ବୈଜ୍ଞାନିକ ପୃଷ୍ଠଭୂମିର ପ୍ରମାଣକୁ ପ୍ରତିପାଦିତ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ଏହି ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଜ୍ଜେନର ମହାକାଳେଶ୍ୱର ଜ୍ୟୋର୍ତିଲିଙ୍ଗ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।
