ପୁଣି ଥରେ ଚର୍ଚ୍ଚାରେ ଏଲନ୍ ମସ୍କ, ଟ୍ୱିଟର୍ ପରେ କୋକାକୋଲା ଉପରେ ନଜର
ନ୍ୟୁୟର୍କ : ଆଜିକାଲି ଟେସଲା ସିଇଓ ତଥା ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ବହୁତ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏଲନ୍ ମସ୍କ ଦୁନିଆର ସବୁଠୁ ବଡ ସୋସିଆଲ୍ ମିଡିଆ କମ୍ପାନୀ ଟ୍ୱିଟର କିଣିଥିଲେ । ଏବେ ଏଲନ୍ ମସ୍କ ଏକ ନୂଆ ଟ୍ୱିଟ୍ କରି ମୃଦୁ ପାନୀୟ କମ୍ପାନୀ କୋକାକୋଲାକୁ କିଣିବା ତାଙ୍କ ପରବର୍ତ୍ତୀ ଟାର୍ଗେଟ ବୋଲି କହିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି।
ଗୁରୁବାର ସକାଳେ ଏଲନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ ବର୍ତ୍ତମାନ ମୁଁ କୋକାକୋଲା କିଣିବି ଏବଂ ଏଥିରେ କୋକେନ୍ ମିଶାଇବି। ମସ୍କଙ୍କ ଏହି ଟ୍ୱିଟର ଅଧ ଘଣ୍ଟା ମଧ୍ୟରେ ୭ ଲକ୍ଷରୁ ଅଧିକ ଲାଇକ୍ ଆସିଥିବାବେଳେ ହଜାର ହଜାର ଲୋକ ଏହା ଉପରେ କମେଣ୍ଟ ଦେଇଛନ୍ତି। ତେବେ ସେ ସତରେ କୋକାକୋଲା କିଣିବେ ନା ଏହି ଟ୍ବିଟ୍ ସେ ଥଟ୍ଟାରେ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।
Next I’m buying Coca-Cola to put the cocaine back in
— Elon Musk (@elonmusk) April 28, 2022
ସୂଚନା ଯେ, ଏଲନ୍ ମସ୍କ କିଛି ଦିନ ତଳେ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଥିଲେ। ତା’ପୂର୍ବରୁ ମସ୍କ ଟ୍ୱିଟରରେ ୯ ପ୍ରତିଶତ ଅଂଶଧନ କିଣିଥିଲେ । କିନ୍ତୁ ଏବେ ସେ ଟ୍ୱିଟରରେ ୧୦୦% ଅଂଶଧନ ହାସଲ କରିଛନ୍ତି। ଟ୍ୱିଟର କିଣିବା ପରେ ମସ୍କ କହିଛନ୍ତି ଯେ ଟ୍ୱିଟର ହେଉଛି ଏକ ଡିଜିଟାଲ୍ ଟାଉନ୍ ସ୍କୋୟାର୍ ଯେଉଁଠାରେ ମାନବିକତା ବିଷୟରେ ଆଲୋଚନା କରାଯାଇଥାଏ | ନୂତନ ଏବଂ ଉନ୍ନତ ଫିଚର୍ ସହିତ ଆମେ ଟ୍ୱିଟରକୁ ଆହୁରି ଉନ୍ନତ କରିବୁ।
