କେନ୍ଦ୍ର କ୍ୟାବିନେଟ ବୈଠକରେ ଜାମ୍ମୁ କାଶ୍ମୀରରେ ଜଳ ବିଦ୍ୟୁତ ପ୍ରକଳ୍ପକୁ ମିଳିଲା ଅନୁମତି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତିର ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କ୍ୟାବିନେଟ ଜାମ୍ମୁ କାଶ୍ମୀରରେ ଜଳ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ ପ୍ରସ୍ତାବକୁ ଅନୁମତି ଦେଇଛନ୍ତି ।
ଜାମ୍ମୁକାଶ୍ମୀରରେ ଚିନାବ ନଦୀରେ ୫୪୦ ମେଗାୱାଟର ଜଳ ବିଦ୍ୟୁତ ପ୍ରକଳ୍ପ ତିଆରି ହେବ । ଏହି ପ୍ରକଳ୍ପରେ ମୋଟ ୨୩ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ହେବା ଦ୍ୱାରା ସ୍ଥାନୀୟ ଲୋକମାନେ ମଧ୍ୟ ରୋଜଗାର ପାଇବେ । ଏହାଛଡ଼ା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଷ୍ପତି ନିଆଯାଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କ୍ୟାବିନେଟ ବୈଠକରେ ଇଣ୍ଡିଆ ପୋଷ୍ଟ ପେମେଂଟସ୍ ବ୍ୟାଙ୍କ ପାଇଁ ମଧ୍ୟ ୮୨୦ କୋଟି ଟଙ୍କାର ଆର୍ôଥକ ସହାୟତା ଘୋଷଣା କରାଯାଇଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର ଆତ୍ମ ନିର୍ଭର ନିଧି (ପିଏମ ସ୍ୱନିଧି) ଯୋଜନାକୁ ଏବେ ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସୂଚନାଥାଉକି, ସରକାର ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ୭ ପ୍ରତିଶତ ରିହାତିରେ ଋଣ ଦେଉଛନ୍ତି । ସେ କହିଛନ୍ତି ଭେଣ୍ତିଙ୍ଗ ଜୋନକୁ ବଢ଼ାଇ ୫ହଜାର ୮୦୦ ରୁ ଏବେ ୧୦ହଜାର ୫୦୦ କରି ଦିଆଯାଇଛି । ଆମର ଲକ୍ଷ ହେଉଛି ୨୦୨୪ ପର୍ଯ୍ୟନ୍ତ ୪୦ ଲକ୍ଷ ଭେଣ୍ଡରଙ୍କ ପାଖରେ ଲାଭ ପହଂଚୁ । ସ୍ୱନିଧି ସମୃଦ୍ଧି ଯୋଜନା ଅଧୀନରେ ଏବେ ସୁଦ୍ଧା ୧୬.୦୭ ଲକ୍ଷ ହିତାଧିକାରୀମାନଙ୍କୁ ଲାଭ ମିଳୁଛି ।
