କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ୁଥିବା ଦେଖି ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଭାବେ ଚିନ୍ତିତ ଅଛନ୍ତି । ସେଥିପାଇଁ ସେ ଆସନ୍ତାକାଲି ବା ବୁଧବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ଏକ ମିଳିତ ବୈଠକ ଡାକିଛନ୍ତି । ଭିଡିଓ କନଫେରେନସିଙ୍ଗ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ପ୍ରତ୍ୟକ ରାଜ୍ୟ କରୋନା ପରିସ୍ଥିତି ବିଷୟରେ ବୁଝିବେ। ସୂଚନା ଅନୁସାରେ ଏହି ବୈଠକ ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ପାରେ ।
ସାରାଦେଶରେ ମଙ୍ଗଳବାର ୨ହଜାର ୪୮୩ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହା ସହିତ ଦେଶରେ ଏବେ ମୋଟ ୪ କୋଟି ୩୦ ଲକ୍ଷ ୬୨ ହଜାର ୫୬୯ଜଣ କରୋନା ସଂକ୍ରମିତ ହୋଇଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏବେ କରୋନା ସକ୍ରିୟ ମାମଲା ୬ ପ୍ରତିଶତରେ ପହଞ୍ଚିଛି । ବିଗତ ୨୪ ଘଣ୍ଟାରେ କରୋନା ମୃତ୍ୟୁ ମଧ୍ୟ ବଢ଼ିଥିବା ଦେଖାଯାଇଛି ।
