ମେ ୭ରୁ ୩ ଦିନିଆ ନୀଳଗିରି ୟୁଥ ଫେଷ୍ଟ ମହୋତ୍ସବ
ନୀଳଗିରି : ଆସନ୍ତା ମେ ୭, ୮ ଓ ୯ ତାରିଖରେ ନୀଳଗିରି ମାଟିର ସମସ୍ତ ଲୁକ୍କାୟିତ ଯୁବ ପ୍ରତିଭା ମାନଙ୍କୁ ନେଇ ନୀଳଗିରି ୟୁଥ ଫେଷ୍ଟର ଆୟୋଜନ କରାଯାଉଛି । ରାଜନୀତିରୁ ଉର୍ଦ୍ଧ୍ବରେ ରହି ନୀଳଗିରି ଗଡ଼ଜାତ ମାଟିର ସମସ୍ତ ଯୁବ ସମାଜ ତଥା ସଙ୍ଘର୍ଷରୁ ସଫଳତା ପାଇଥିବା ପ୍ରତିଭା ମାନଙ୍କୁ ଆମ ସହ ଯୋଡି ହେବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

ମହାମାରୀ କରୋନା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ମହୋତ୍ସବ ବନ୍ଦ କରିଥିବା ବେଳେ ଚଳିତ ବର୍ଷ କୋରନାର ସ୍ଥିତି ସେଭଳି ନ ଥିବାରୁ ନୀଳଗିରିର ୟୁଥ୍ ପରିବାର ପକ୍ଷରୁ ଆସନ୍ତା ମେ ମାସ ୭ ରୁ ୯ ତାରିଖ ତିନି ଦିନ ଧରି ୟୁଥଫେଷ୍ଟ ମହୋତ୍ସବ କରାଯିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୟୁଥ୍ଫେଷ୍ଟ ମହୋତ୍ସବର ମୁଖ୍ୟ ଆଭିମୁଖ୍ୟ ହେଲା ନୀଳଗିରି ନିର୍ବାଚନ ମଣ୍ଡଳୀର ଥିବା ବିଭିନ୍ନ କ୍ଷେତ୍ରରେ ପାିରଦର୍ଶିତା ଲାଭ କରିଥିବା ଯୁବ ପ୍ରତିଭା ମାନଙ୍କୁ ଅଧିକ ଉତ୍ସାହିତ କରିବା ଏହାର ମୁଳଲକ୍ଷ୍ୟ ବୋଲି ଆୟୋଜକ ମଣ୍ଡଳୀ ସୂଚନା ଦେଇଛନ୍ତି । ଜୀବନ ସହିତ ଏକାକୀ ସଂଗ୍ରାମ କରି ଆଜି କେବଳ ଓଡ଼ିଶା ନୁହଁ, କି ଭାରତରେ ନୁହଁ ଦେଶ ବିଦେଶରେ ନୀଳଗିରି ଗଡ଼ଜାତ ମାଟିର ସନ୍ତା ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉକ୍ତ ମହୋତ୍ସବର ସମ୍ମାନୀତ କରାଯିବାର ଚୁଡ଼ାନ୍ତ ନିଷ୍ପତି ନିଆଯାଇଛି ।ନୀଳଗିରି ନିର୍ବାଚନ ମଣ୍ଡଳୀର ଲୁକାୟିତ ଅବସ୍ଥାରେ ପଡ଼ିରହିଥିବା ଯୁବ ପ୍ରତିଭାମାନଙ୍କୁ ଏହି ୟୁଥଫେଷ୍ଟ ମାଧ୍ୟମରେ ଜାଗ୍ରତ କରାଇବାର ଏହା ଏକ ମାଧ୍ୟମ ବୋଲି ତାପସ କୁମାର ପରିଡ଼ା, ସବ୍ୟସାଚୀ ମହାପାତ୍ର, ଧୀରେନ୍ଦ୍ର ଲେଙ୍କା, ରଶ୍ମିରଂଜନ ରାଉତ, ବିସ୍ମୟ ମଲିକ, ମନୋରଜଂନ ଦାସବାବୁ, ବିଶ୍ୱରଂଜନ ମହାନ୍ତି, ସରୋଜ ବେହେରା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
