ଆଜି ଠାରୁ ଲକ୍ଷ୍ମୀପୁର ରୋଡରେ ରହିବ ହିରାଖଣ୍ଡ, ସମଲେଶ୍ୱରୀ ଓ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ
ଭୁବନେଶ୍ୱର : ହିରାଖଣ୍ଡ, ସମଲେଶ୍ୱରୀ ଏବଂ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ ଟ୍ରେନ କୁ ଲକ୍ଷ୍ମୀପୁର ରୋଡ ଠାରେ ଏବଂ ବିଶାଖାପାଟନମ୍-କିରାଣ୍ଡୁଲ୍ ଏକ୍ସପ୍ରେସ୍ ଟ୍ରେନ କୁ ବାଚେଲି ଠାରେ ରହଣି ଦେବା ପାଇଁ ନିକଟରେ କୋରାପୁଟ ଏବଂ ମାଲକାନଗିରି ଜିଲା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ । ଏହାକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ଆସନ୍ତା ବୁଧବାର ଠାରୁ ଏହି ଷ୍ଟେସନ ମାନଙ୍କରେ ଉପରୋକ୍ତ ଟ୍ରେନ ଗୁଡିକର ରହଣି ଦେବାପାଇଁ ନିଷ୍ପତି ନେଇଛି ।
୧୮୪୪୭/୧୮୪୪୮ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱର ରୁ ୨୭ ଏପ୍ରିଲ୍ ଠାରୁ ଏବଂ ଜଗଦଳପୁରରୁ ୨୬ ଏପ୍ରିଲ ଠାରୁ ଲକ୍ଷ୍ମୀପୁର ରୋଡ ଷ୍ଟେସନ ଠାରେ ରହଣି କରିବ । ଭୁବନେଶ୍ୱରରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସକାଳ ୭ଟା୧୦ରେ ପହଂଚି ସକାଳ ୭ଟା୧୨ମି.ରେ ଛାଡିବ । ଜଗଦଲପୁରରୁ ଏହି ଟ୍ରେନ୍ ସନ୍ଧ୍ୟା ୮ଟା୩୦ରେ ଲକ୍ଷ୍ମୀପୁର ରୋଡରେ ପହଂଚି ୮ଟା୩୨ରେ ଛାଡିବ । ସେହିପରି ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ରୁ ୨୬ ଏପ୍ରିଲ୍ ଠାରୁ ଏବଂ ଜଗଦଳପୁରରୁ ୨୭ ଏପ୍ରିଲ ଠାରୁ ଲକ୍ଷ୍ମୀପୁର ରୋଡରେ ଷ୍ଟେସନ ଠାରେ ରହଣି କରିବ । ହାଓଡ଼ାରୁ ଏହି ଟ୍ରେନ୍ ଅପରାହ୍ନ ୫ଟା୪୦ରେ ଲକ୍ଷ୍ମୀପୁର ରୋଡ ଠାରେ ପହଂଚି ଅପରାହ୍ନ ୫ଟା୪୨ରେ ଛାଡିବ । ଜଗଦଲପୁରରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସକାଳ ୮ଟା୫୦ମିରେ ପହଂଚି ସକାଳ ୮ଟା୫୨ମି.ରେ ଛାଡିବ । ୧୮୧୦୭/୧୮୧୦୮ ରାଉରକେଲା-ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ରାଉରକେଲା ରୁ ୨୭ ଏପ୍ରିଲ୍ ଠାରୁ ଏବଂ ଜଗଦଲପୁରରୁ ୨୬ ଏପ୍ରିଲ ଠାରୁ ଲକ୍ଷ୍ମୀପୁର ରୋଡରେ ରହଣି କରିବ । ରାଉରକେଲା ଠାରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସକାଳ ୫ଟା୨୪ରେ ପହଂଚି ସକାଳ ୫ଟା୨୬ରେ ଛାଡିବ । ଜଗଦଲପୁରରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସନ୍ଧ୍ୟା ୬ଟା୧୦ରେ ପହଂଚି ସନ୍ଧ୍ୟା ୬ଟା୧୨ରେ ଛାଡିବ । ୧୮୫୧୪/୧୮୫୧୩ ବିଶାଖାପାଟନମ୍-କିରାଣ୍ଡୁଲ୍-ବିଶାଖାପାଟନମ୍ ଏକ୍ସପ୍ରେସ ଉଭୟ ଦିଗରୁ ୨୭ ଏପ୍ରିଲ୍ ଠାରୁ ବାଚେଲି ଷ୍ଟେସନ ଠାରେ ରହଣି କରିବ । ବିଶାଖାପାଟନମରୁ ଏହି ଟ୍ରେନ୍ ବାଚେଲିରେ ସକାଳ ୮ଟା୧୮ରେ ପହଂଚି ସକାଳ ୮ଟା୨୦ରେ ଛାଡିବ । କିରାଣ୍ଡୁଲରୁ ଏହି ଟ୍ରେନ୍ ଅପରାହ୍ନ ୩ଟା୧୫ରେ ବାଚେଲିରେ ପହଂଚି ଅପରାହ୍ନ ୩ଟା୭ରେ ଛାଡିବ ।
