ଟେଣ୍ଟ ମାଲିକଙ୍କୁ ହାଣିଲେ, ଗାଡ଼ି ଚଢ଼ାଇଦେଲେ
ଟେଣ୍ଟ କପଡା ଚିରାକୁ କେନ୍ଦ୍ରକରି ହତ୍ୟାକାଣ୍ଡ, ଉତ୍ତେଜନା ଜାରି
କୋଣାର୍କ : ବାଲିକନ୍ଦଳ ଗାଁରେ ଟେଣ୍ଡ ମାଲିକଙ୍କୁ ବୀଭତ୍ସ ହତ୍ୟା । ଟେଣ୍ଟ କପଡ଼ା ଚିରାକୁ କେନ୍ଦ୍ର କରି ନୃଶଂସ ହତ୍ୟାକାଣ୍ଡ । ଟେଣ୍ଟ ମାଲିକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଡିଜେ ମାଲିକ । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଏହି ଘଟଣାରେ ଜଣକୁ ଅଟକ ରଖି ଗୋପ ପୋଲିସ ତଦନ୍ତ ଜାରି ରଖିଛି । ବରଯାତ୍ରୀ ଗାଡ଼ି ଓ ବରଯାତ୍ରୀଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ସେହିପରି ଗ୍ରାମରେ ଲାଗି ରହିଛି ଉତ୍ତେଜନା । ବେଗୁନିଆ ଛକରେ ଉତ୍ତ୍ୟକ୍ତ ଲୋକ ମାନେ ରାସ୍ତାରୋକ କରିଥିବା ବେଳେ ରାସ୍ତା ଉପରେ ଗାଡ଼ିଗୁଡ଼ିକ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି ।
ସୂଚନା ଯେ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ବିବାହ ଶୋଭାଯାତ୍ରାରେ ଗଣ୍ଡଗୋଳ ଘଟି କଟୁରୀ ଚୋଟରେ ଟେଣ୍ଟ ମାଲିକଙ୍କ ମୃତ୍ୟୁ ହୋଇଥିଲା । ଗୋପ ଥାନା ଅନ୍ତର୍ଗତ ବାଲି କନ୍ଦଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଝଟିଥିବା ବେଳେ ମୃତ ବ୍ୟକ୍ତିଙ୍କ ନାମ ପପୁ ପ୍ରଧାନ (୨୯) ବୋଲି ଜଣାପଡିଥିଲା । ତାଙ୍କ ଘର ଏରବଙ୍ଗ ଗ୍ରାମରେ । ଏନେଇ ଗୋପ ଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
