‘ୱର୍ଲ୍ଡ ଆର୍ଥ ଡେ’ରେ ପୁରୀ ବେଳାଭୂମିରେ ଶିଳ୍ପୀ ମାନସ ସାହୁ ବାଲୁକା କଳା
ପୁରୀ : ଆଜି ‘ ବିଶ୍ୱ ଧରିତ୍ରୀ ଦିବସ’। ପ୍ରତି ବର୍ଷ ଏପ୍ରିଲ୍ ୨୨ ତାରିଖକୁ ‘ ୱର୍ଲ୍ଡ ଆର୍ଥ ଡେ’ ବା ‘ବିଶ୍ୱ ଧରିତ୍ରୀ ଦିବସ’ ଭାବେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ଚଳିତ ବର୍ଷର ବିଷୟବସ୍ତୁ ‘ଆମ ଗ୍ରହରେ ବିନିଯୋଗ’ ଦ୍ୱାରା ଅନୁପ୍ରାଣିତ ଏକ ବାଲୁକା ମୂର୍ତ୍ତି ଉତ୍ସର୍ଗ କରିଛନ୍ତି।
ସେ ଏହି ବାଲୁକା କଳା ରେ ପୃଥିବୀ କୁ ସରସ ସୁନ୍ଦର କରିବା ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ଏବଂ ଆମେ ପୃଥିବୀ ର ଯେତିକି ଯତ୍ନ ନେବା ଆମ ପରିବେଶ ସେତିକି ସୁନ୍ଦର ହୋଇପାରିବ । ଏହି ବାଲୁକା କଳାଟି ୧୨ ଫୁଟ ଓସାର ବିଶିଷ୍ଟ ଏଥିରେ ୧୨ଟନ ବାଲି ଉପଯୋଗ କରାଯାଇଛି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ଘଣ୍ଟା ସମୟ ଲାଗିଥିଲା ।
