ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବ ପରିଚାଳନା କମିଟି ବୈଠକ । ଏଥିରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପ୍ରସଙ୍ଗରେ ସମୀକ୍ଷା ହେବା ସହ ୨୦୨୨-୨୩ ଶ୍ରୀମନ୍ଦିର ବଜେଟ, ଗୁରୁକୂଳ ପ୍ରସଙ୍ଗ, ସେବାୟତ କଲ୍ୟାଣ ପ୍ରସଙ୍ଗରେ ମଧ୍ୟ ହେବ ଆଲୋଚନା ହେବା ସମ୍ଭାବନା ରହିଛି ।
ସୂଚନା ଯେ, ଆସନ୍ତା ମେ ମାସ ତିନି ତାରିଖରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ଥିବାରୁ ଶୃଙ୍ଖଳିତ ନୀତି କାନ୍ତି ଉପରେ ଆଲୋଚନା ହେବ। ଏହାସହ ଶ୍ରୀମନ୍ଦିର ବଜେଟ ୨୦୨୨-୨୩ ଅଟକଳ ଉପରେ ଆଲୋଚନା ହେବା ସହ କମିଟିର ଅନୁମୋଦନ ଲୋଡ଼ାଯିବ।ସେହିପରି ଆବାସ ଯୋଜନା ଉପରେ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି। ବଜେଟ ବ୍ୟତୀତ ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ପ୍ରସ୍ତାବିତ ଗୁରୁକୁଳ ଆଶ୍ରମ ଆଲୋଚନା ଓ ସ୍କଲ ନିର୍ମାଣ ଅଗ୍ରଗତି ଉପରେ ଅଲୋଚନା କରାଯିବ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ ମାନେ ଭାଗ ନେବେ।
