ଅଟୋକୁ ଧକ୍କା ଦେଲା ହାଇୱା : ୩ ମୃତ,୨ ଗୁରୁତର
ଆନନ୍ଦପୁର : ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ହାଇୱା । ଆନନ୍ଦପୁର କୋଡ଼ପଡ଼ା ଛକ ନିକଟରେ ଅଟୋରେ ସାତକୋଶିଆରୁ ହାଟଡିହି ଫେରୁଥିବା ସମୟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣଙ୍କ ମୃତ ହୋଇଥିବା ବେଳେ ୨ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଇଛନ୍ତି ।
ସୂଚନା ଯେ, ସାତକୋଶିଆରୁ ୪ ଜଣ ଯାତ୍ରୀଙ୍କୁ ନେଇ ଏକ ଯାତ୍ରୀବାହୀ ଅଟୋ ଜାବିନିପୁରକୁ ଆସୁଥିଲା। ଏହି ସମୟରେ ଓସ୍ତପୁରରୁ ଚିପ୍ସ ବୋଝେଇ କରି ସାତକୋଶିଆ ଅଭିମୁଖେ ଯାଉଥିବା ହାଇୱାଟି ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ଜାବିନିପୁର ଅଞ୍ଚଳର ୨ ଜଣ ମହିଳା ଏବଂ ଜଣେ ପୁରୁଷ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହାଇୱା ଧକ୍କାରେ ଅଟୋର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ ଟିପ୍ସ ବୋଝେଇ ହାଇୱା ଓଲଟିଯାଇଛି। ହାଇୱାରେ ଥିବା ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।
