ଆଫଗାନିସ୍ତାନର ମସଜିଦରେ ବିସ୍ଫୋରଣ : ପାଞ୍ଚ ମୃତ, ୬୫ ଆହତ
କାବୁଲ : ଆଫଗାନିସ୍ତାନର ଏକ ମସଜିଦରେ ଗୁରୁବାର ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ସୂଚନା ଅନୁଯାୟୀ, ମଜାର-ଇ-ସରିଫ ସହରର ମସଜିଦରେ ଏହି ବିସ୍ଫୋରଣ ଘଟିଛି ଯେଉଁଥିରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଆହତ ହୋଇଛନ୍ତି। ଏପ୍ରିଲ ୧୯ରେ କାବୁଲର ଏକ ସ୍କୁଲ ତିନୋଟି ବିସ୍ଫୋରଣରେ ଥରି ଉଠିଥିଲା । ଏଥିରେ ୬ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଡଜନେରୁ ଅଧିକ ଆହତ ହୋଇଥିଲେ। କାବୁଲ ନିକଟ ଅବଦୁଲ ରହୀମ ସହିଦ ହାଇସ୍କୁଲରେ ଏହି ବିସ୍ଫୋରଣ ଘଟିଥିଲା ।
ଏହି ବିସ୍ଫୋରଣ ପରେ ସାରା ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହା ଏକ ଦୁର୍ଘଟଣା ନା ଏହା ପଛରେ କୌଣସି ସଂଗଠନର ଚକ୍ରାନ୍ତ ରହିଛି ସେ ନେଇ ମଧ୍ୟ ଆଲୋଚନା ଜାରି ରହିଛି । ଗତ ୧୯ ତାରିଖରେ ମଧ୍ୟ କାବୁଲ ନିକଟରେ ଅବଦୁଲ ରହିମ ଶାହିଦ ହାଇସ୍କୁଲରେ ୩ଟି ବିସ୍ଫୋରଣ ହୋଇଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । କେବଳ ସେତିକି ନୁହେଁ ଗତବର୍ଷ ଏଠାରେ ଅନେକ ବିସ୍ଫୋରଣ ମଧ୍ୟ ହୋଇଛି ।
