ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ରକ୍ତଦାନ ଶିବିର
ବାଲେଶ୍ୱର : ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ, ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ‘ହେଲପିଙ୍ଗ୍ ସୋସାଇଟି’ ବାଲେଶ୍ବର ଓ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ରକ୍ତଦାନ ଶିବିର ବାଲେଶ୍ଵର ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି ।


ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ଆୟୋଜକଙ୍କୁ ସାଧୁବାଦ ଜଣାଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ରକ୍ତକେନ୍ଦ୍ରର ଡା. ମହେଶ କୁମାର ବିଶ୍ବାଳ, ଯୁବନେତା ବିକ୍ରମ ପଣ୍ଡା, ଆଇନଜୀବୀ ମହମ୍ମଦ ସାହିରୁଲ୍ ହକ ଓ ଜାନକୀପ୍ରେମୀ ତଥା ସମାଜସେବୀ ଜନ୍ନତ ହୁସେନ,ସୀମନ ଦାସ ମହାପାତ୍ର, ସୁରେଶ ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ରକ୍ତଦାନ କରିଥିଲେ।


ସୋସାଇଟିର ସଭାପତି ହ୍ରିତିକ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ସଂଗଠନର ଉପସଭାପତି ସେକ୍ ନାଜିମ୍, ଜୀବନ ସଂଗ୍ରାମ ମିଶ୍ର, ଅରୁପ ସାହୁ, ରଜତ ଘଡ଼େଇ, ସୁମିତ ରଂଜନ କର, ଦିବ୍ୟରଞ୍ଜନ ଦାସ, ଜ୍ୟୋତିପ୍ରକାଶ ରାଉତ, ସୁଧାଂଶୁ ବାରିକ, ପ୍ରିନ୍ସ ଆରୟାନ, ମୌସୁମୀ ପିରି, ସୋନାଲି ଦାସ, କିରନଜ୍ୟୋତି ମଣ୍ଡଳ , ଆଶିଷ ଆସ୍ ଓ ଅବନୀ ଶଙ୍କର ଦାସ ଶିବିର ପରିଚାଳନା କରିଥିଲେ। ‘ସମ୍ବାଦ’ର ବାଲେଶ୍ବର ଜିଲା ପ୍ରତିନିଧି ମନୋଜ କୁମାର ରାଉଳ ଓ ‘ଆମ ଓଡ଼ିଶା’ ସହଯୋଗୀ ଲକ୍ଷ୍ମୀଧର ବାରିକ୍ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରି ସମସ୍ତ ରକ୍ତଦାତା ଏବଂ ହେଲପିଙ୍ଗ୍ ସୋସାଇଟି ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ।।
