ମହାମାରୀ ଯାଇନି, ସତର୍କତା ଅବଲମ୍ବନ କରିବାକୁ ପଡିବ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : କିଛିଦିନର ବ୍ୟବଧାନ ପରେ ଏବେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ସତର୍କ ରହିବକୁ କିଛି ରାଜ୍ୟଙ୍କ ପରାମର୍ଶ ଦେଇଛନ୍ତି । ଏହାକୁ ଆଧାର କରି ଓଡ଼ିଶାରେ ମଧ୍ୟ ଆଗୁଆ ସତର୍କତା ନିଆଯାଇଛି । ସ୍ଥିତି ଉପରେ ନଜର ରଖିବାକୁ ଜିଲାପାଳ, ମ୍ୟୁନିସିପାଲ୍ କମିଶନର ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ଏହାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ସର୍ବ ଭାରତୀୟ ସ୍ତରରେ କରୋନା ସଂକ୍ରମଣ ମାମଲା କିଛି ପରିମାଣରେ ବଢୁଛି । ୪ ରୁ ୫ ରାଜ୍ୟରେ ବଢିବାରେ ଲାଗିଛି ।
ମାତ୍ର ଆମ ଓଡିଶାରେ ସ୍ଥିତି ବର୍ତ୍ତମାନ ସୁଦ୍ଧା ସେମିତି ଚିନ୍ତାଜନକ ନୁହେଁ । କିନ୍ତୁ କେବେ ବି ବଢିପାରେ । ତାହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । କ୍ଲଷ୍ଟର ଆଉଟ ବ୍ରେକ ଉପରେ ନଜର ରଖିବା ସହ ଟେଷ୍ଟ ବଢାଇବାକୁ କୁହାଯାଇଛି । ଯଦି ବଢେ, ତା ପୂର୍ବରୁ ଜିଲାସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ମହାମାରୀ ଯାଇନି ରହିଛି, ତେଣୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ତେଣୁ ଲୋକମାନଙ୍କର ସହଯୋଗ ନିହାତି ଆବଶ୍ୟକ । ଯଦି ବଢେ କଟକଣା ବଢାଇବାକୁ ଚିନ୍ତା କରାଯିବ ।
