ସରିଲା ୨ଦିନିଆ ଅସୁରିଆ ମହୋତ୍ସବ : ପାଇକ ଆଖଡା ଓ ଲୋକନୃତ୍ୟର ମଜା ନେଲେ ଦର୍ଶକ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ଅଧୀନ ମା ଜାଗୁଳି ଯୁବକ ସଂଘ ଆନୁକୂଲ୍ୟରେ ଅସୁରିଆ ଗ୍ରାମରେ ଚାଲିଥିବା ୨ଦିନିଆ ମହୋତ୍ସବ ସୋମବାର ଦିନ ଉଦ୍ଯାପିତ ହୋଇ ଯାଇଛି । ଉଦ୍୍ଯାପନୀ ସମାରୋହରେ କ୍ଲବ ସଭାପତି ପ୍ରଦୀପ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାଁରେ ପଶି ଶାନ୍ତି ଭଙ୍ଗ କରୁଥିବା ଶକ୍ତି ବିରୋଧରେ ଯୁବ ଗୋଷ୍ଠୀ ଏକାଠି ହୋଇ ଏହାକୁ ପ୍ରତିହତ କରିବାକୁ ଆହ୍ୱାନ ଦେଇଥିଲେ । ଏଥିସହ ମହୋତ୍ସବ ପଡିଆକୁ ସଂଯୋଗ କରୁଥିବା ରାସ୍ତା ଏବଂ ନନ୍ଦୁର ହାଇସ୍କୁଲର ଶିକ୍ଷକ ସମସ୍ୟା ଯଥାଶିଘ୍ର ପୁରଣ କରିବାକୁ ପ୍ରତିଶୃତି ଦେଇଥିଲେ । ବ୍ଲକ ଉପାଧକ୍ଷ ଗଜେନ୍ଦ୍ର ପରିଡା,ଜିଲା ପରିଷଦ ସଭ୍ୟ ମାନସ କୁମାର ଦାଶ ଓ ରଶ୍ମିତା ମହାପାତ୍ର,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣନାଥ ଓଝା,ନନ୍ଦୁର ସରପଞ୍ଚ ଜୟନ୍ତୀ ପତି ଓ ସାରକୋଣା ସରପଞ୍ଚ ସୁଶାନ୍ତ କୁମାର ନାୟକ,ଆଇନଜିବୀ ପ୍ରହଲ୍ଲାଦ ପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷା କଳା,କୃଷି ଓ ସମାଜସେବା କ୍ଷେତ୍ରରେ ପାରଦର୍ଶିତା ଳାଭ କରିଥିବା ପ୍ରଭାସ ଚନ୍ଦ୍ର ଗିରି,ମାନସ ଧଡା,ପ୍ରିୟଙ୍କା ପ୍ରିୟଦର୍ଶନୀ ହାତୀ,ଡଃ ବୈଦ୍ୟନାଥ ଓଝା,ପ୍ରଜ୍ଞାସିନୀ ନାୟକ,ସୀତା ମାରାଣ୍ଡି,ଲକ୍ଷ୍ମୀପ୍ରିୟା ମହାନ୍ତି,ଲକ୍ଷ୍ମଣ ମାଝୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧୀତ କରାଯାଇଥିଲା । ବିଡିଓ ପର୍ଶୁରାମ ପଣ୍ଡା ଉକ୍ତ ଉତ୍ସବକୁ ଉଦ୍ଘାଟନ କରିଥିବା ବେଳେ ସୁରେନ୍ଦ୍ର ପ୍ରସାଦ ନାୟକ,ଭରତ କୁମାର ଜେନା,ସଂଘର ସମ୍ପାଦକ ତପନ ବାରିକ,ଉପସଭାପତି ଯଦୁନାଥ ସାମଲ,ରାଜକିଶୋର ପରିଡା,ଗୌରାଙ୍ଗ ମହାନ୍ତି,ନରହରି ରାଉଳ,ମହେଶ୍ୱର ସାମଲ ମଞ୍ଚାସୀନ ହୋଇଥିଲେ । ୨ଦିନ ଧରି ସମ୍ବଲପୁରୀ ନୃତ୍ୟ,ପାଇକ ଆଖଡା,ଲୋକନୃତ୍ୟ ଏବଂ ପୁରୀରୁ ଆସିଥିବା ମହ୍ଲାର ଭଜନ ସଂଧ୍ୟା କୁ ଦର୍ଶକ ମନଭରି ଉପଭୋଗ କରିଥିଲେ ।
