କରୋନା ମାମଲାରେ ବୃଦ୍ଧି : ପାଞ୍ଚ ରାଜ୍ୟକୁ ଚିଠି ଲେଖି ସତର୍କ କଲେ କନ୍ଦ୍ର ସରକାର
ନୂଆଦିଲ୍ଲୀ: ଲଗାତର ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପାଞ୍ଚ ରାଜ୍ୟକୁ ଚିଠି ଲେଖିଛନ୍ତି। ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ମହାରାଷ୍ଟ୍ର ଏବଂ ମିଜୋରାମକୁ ଆଗୁଆ ସତର୍କ କରାଯାଇଛି। ଆବଶ୍ୟକ ସ୍ଥଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ କରୋନା ମାମଲାର ବୃଦ୍ଧିରେ ଏହି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକର ବହୁ ଅବଦାନ ରହିଛି। ପ୍ରାଥମିକ ଟିକାକରଣ ଏବଂ ବୁଷ୍ଟର ଡୋଜ ସହିତ ନୂତନ ମାମଲାଗୁଡ଼ିକ ଉପରେ ନଜର ରଖିବା ଏବଂ ସଂକ୍ରମଣର ବିସ୍ତାରକୁ ରୋକିବା ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ସେମାନଙ୍କୁ ପରାମର୍ଶ ଦେଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଚିଠିରେ ଦିଲ୍ଲୀ ଏବଂ ଚାରିଟି ରାଜ୍ୟକୁ କୋରୋନାର ଉପଯୁକ୍ତ ଆଚରଣ, ପରୀକ୍ଷା, ଟ୍ରାକ, ଚିକିତ୍ସା, ଟିକାକରଣ ଏବଂ ରଣନୀତି ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ଯେଉଁଥିରେ ଭିଡ଼ରେ ମାସ୍କ ପିନ୍ଧିଥିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ରାଜ୍ୟମାନେ କଡା ସଜାଗ ରହିବା ଆବଶ୍ୟକ ବୋଲି ଭୂଷଣ ଚିଠିରେ କହିଛନ୍ତି। ଆବଶ୍ୟକ ସ୍ଥଳେ ସଂକ୍ରମଣ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଯେକୌଣସି କ୍ଷେତ୍ରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି କେନ୍ଦ୍ରର ଚିଠିରେ କୁହାଯାଇଛି।
କରୋନା ସଂକ୍ରମଣର ବିସ୍ତାରକୁ ଟ୍ରାକ୍ କରିବା ପାଇଁ ପରୀକ୍ଷଣ ଏବଂ ନୀରିକ୍ଷଣ ଏପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।ଭୂଷଣ ଚିଠିରେ କହିଛନ୍ତି ଯେ, ଯେକୌଣସି ପର୍ଯ୍ୟାୟରେ କୋଭିଡ ମ୍ୟାନେଜମେଣ୍ଟ ଦୁର୍ବଳ ହେଲେ ଏପର୍ଯ୍ୟନ୍ତ ହାସଲ କରିଥିବା ସମସ୍ତ ଲାଭ ମୂଲ୍ୟହୀନ ହେବ। ଗତ ଦୁଇ ମାସ ମଧ୍ୟରେ ଭାରତରେ କୋରୋନା ରୋଗୀଙ୍କ ସଂଖ୍ୟାରେ ସ୍ଥିର ରହିଛି ଏବଂ ଉଲ୍ଲେଖନୀୟ ଭାବେ ହ୍ରାସ ଘଟିଛି। ଗତ କିଛି ସପ୍ତାହ ଧରି ଦେଶରେ ଦୈନିକ ପ୍ରାୟ ଏକ ହଜାର ମାମଲା ରୁଜୁ ହେଉଛି। ସାପ୍ତାହିକ ପଜିଟିଭିଟି ରେଟ୍ ୧% ତଳେ ରହୁଛି। ମହାମାରୀ ବିରୋଧରେ ଲଢ଼େଇରେ ଏପର୍ଯ୍ୟନ୍ତ ମିଳିଥିବା ସଫଳତାକୁ ନ ହରାଇ ଆର୍ଥିକ ଏବଂ ସାମାଜିକ କାର୍ଯ୍ୟକଳାପକୁ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଭୂଷଣ ହାଇଲାଇଟ୍ କରିଛନ୍ତି ଯେ, ଦିଲ୍ଲୀରେ ନୂତନ ମାମଲା ସଂଖ୍ୟା ସପ୍ତାହରେ ପ୍ରାୟ ତିନି ଗୁଣା ବୃଦ୍ଧି ପାଇଛି। କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ କୋଭିଡର ପଜିଟିଭିଟି ହାର ସପ୍ତାହରେ ୧.୪୨ ପ୍ରତିଶତରୁ ୩.୪୯ ପ୍ରତିଶତକୁ ବୃଦ୍ଧି ପାଇଛି।
