ସ୍କୁଲ ଗାଡ଼ିର ଫିଟନେସ୍ ଚେକିଂ ଆରମ୍ଭ, ୨୮ରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ସ୍କୁଲ ଗାଡ଼ିର ହେବ ଫିଟନେସ୍ ଚେକିଂ ଆରମ୍ଭ । ରାଜ୍ୟର କେତେକ ସ୍କୁଲରେ କାଗଜପତ୍ର ନଥିବା ଗାଡ଼ି ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହେଉଛି । ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ଏହା ଉପରେ ରୋକ ଲଗାଇବାକୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ ।
ଆରଟିଓ ପକ୍ଷରୁ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ ଯାନବାହନର କଡ଼ାକଡ଼ି ଫିଟନେସ୍ ଚେକିଂ ଆରମ୍ଭ ହୋଇଛି । ସେହିପରି ନିୟମ ଖିଲାପ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟନେସ୍, ପରମିଟ, ଇନସୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯାଉଛି । ନିର୍ଦ୍ଦିଷ୍ଟ ସଂଖ୍ୟାଠାରୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଏବଂ ଚାଳକଙ୍କ ଲାଇସେନ୍ସ ଆଦି ଚେକିଂ କରାଯାଉଛି । ଆସନ୍ତା ୨୭ ତାରିଖ ଯାଏଁ ଏହି ସ୍ପେଶାଲ ଡ୍ରାଇଭ ଚାଲିବ । ୨୮ ତାରିଖରେ ରିପୋର୍ଟ ଦେବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା ।
ସୂଚନା ଯେ, ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟନେସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯାଉଛି। ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଏବଂ ଚାଳକଙ୍କ ଲାଇସେନ୍ସ ଆଦି ଚେକିଂ କରାଯାଉଛି। ଆସନ୍ତା ୨୭ ତାରିଖ ଯାଏ ଏହି ସ୍ପେଶାଲ ଡ୍ରାଇଭ ଚାଲିବ । ୨୮ ତାରିଖରେ ରିପୋର୍ଟ ଦେବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା । ସେହିପରି ନିୟମ ଖିଲାପକାରୀଙ୍କ ଉପରେ କଡା କାର୍ଯାନୁଷ୍ଠାନ ନିଆଯିବ । ରାଜ୍ୟର କେତେକ ସ୍କୁଲରେ କାଗଜପତ୍ର ଠିକ୍ ନ ଥିବା ଗାଡ଼ି ଛୋଟ ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ଏହା ଉପରେ ରୋକ ଲଗାଇବାକୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ ।
