ଭୁଲ୍ ହେଇଗଲା ତତେ ଭଲ ପାଇ! ଦୂତିଙ୍କ ପ୍ରେମରେ ପଡିଲା ଭଟ୍ଟା
ଭୁବନେଶ୍ୱର : କିଛିଦିନ ତଳେ ସମଲିଙ୍ଗି ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଆସିଥିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ । ପ୍ରଥମ ଥର ପାଇଁ କ୍ୟାମେରା ଆଗରେ ନିଜ ପ୍ରେମ କାହାଣୀ ବିଷୟରେ ଖୁଲମଖୁଲା କହିଥିଲେ । କିନ୍ତୁ ହଠାତ ଆଜି ଦୂତୀଙ୍କ ହ୍ୱାଟସଆପ ଷ୍ଟାଟସ ଏସବୁ କୁ ବଦଳାଇ ଦେଇଛି । ସବୁଆଡ଼େ ଦୂତୀଙ୍କ ଲେଖା ଘୁରି ବୁଲୁଛି ।
ସେ ଲେଖିଛନ୍ତି ଯେ, ’’ଏମିତି ଏକ ଝିଅକୁ ଭଲପାଇ ବସିଲି ଯେ, ତା’ମନରେ ମୋ ପ୍ରତି ସନ୍ଦେହ । ଯିଏ ଦିନେ ମୋତେ ପାଇ ଦୁନିଆର ସବୁ ସୁଖ ପାଇଯାଇଥିଲା ବୋଲି କହୁଥିଲା, ଆଜି କାଳେ ମତେ ଭଲ ପାଇ ବଡ଼ ଭୁଲ ଟେ କରିଦେଇଛି ବୋଲି କହୁଛି । ବିଧିର ବିଧାନ କେ କରିବ ଆନ । ଆମେ ସମୟର ଦାସ କେତେବେଳେ କଣ ହେବ କିଏ ବା କହିବ? ଏହାଛଡ଼ା କେହି ବି ଚିରସ୍ଥାୟୀ ନୁହଁନ୍ତି ଏଠି ସମସ୍ତେ ଦିନେ ନା ଦିନେ ହଜି ଯାଆନ୍ତି ’’। ଶେଷରେ ଲଭ ଇଜ୍ ଏଣ୍ଡ୍ ବୋଲି ଲେଖିଛନ୍ତି ଦୂତୀ । ତେବେ ଦୂତୀଙ୍କ ଲଭ ଷ୍ଟୋରରେ ଫୁଲ୍ ଷ୍ଟପ୍ ପଡ଼ିଛି ବୋଲି ଏହି ଷ୍ଟାଟସ୍ ପରେ ଏବେ ସମସ୍ତେ ଏହି କଥା ଆଲୋଚନା କରୁଛନ୍ତି ।
