ଆମେରିକା ଉପରାଷ୍ଟ୍ରପତିଙ୍କ ପ୍ରତିରକ୍ଷା ପରାମର୍ଶଦାତା ହେଲେ ଭାରତୀୟ ବଂଶୋଦ୍ଭବ
ନ୍ୟୁୟର୍କ : ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ଙ୍କର ପ୍ରତିରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ପାଇଲେ ଭାରତୀୟ ବଂଶୋଦ୍ଭବ ଶାନ୍ତି ସେଠୀ । ସେ କାର୍ଯ୍ୟନିର୍ବାହୀ ସଚିବ ଭାବେ ନିଯୁକ୍ତି ପାଇଥିବା ଜଣାପଡିଛି । ଏନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବରୁ ଶାନ୍ତି ସେଠୀ ଆମେରିକାର ପ୍ରଥମ ମହିଳା କମାଣ୍ଡି ଅଧିକାରୀ ଭାବେ ନିଜର ଯୁଦ୍ଧପୋତ ସହ ୨୦୧୧ ମସିହାରେ ଚେନ୍ନାଇକୁ ଆସିଥିଲେ । ସେ ଏବେ ଆମେରିକାର ଉପରାଷ୍ଟ୍ରପତିଙ୍କୁ ଜାତୀୟ ସୁରକ୍ଷା ସମ୍ପର୍କରେ ସମସ୍ତ ସୂଚନା ଏବଂ ପରାମର୍ଶ ଦେବେ । ୧୯୯୩ ମସିହାରେ ସେ ଆମେରିକାର ନୌସେନାରେ ଯୋଗ ଦେଇଥିଲେ । ସୂଚନା ଯେ, ୧୯୬୦ ମସିହାରେ ଶାନ୍ତିଙ୍କର ପିତା ଆମେରିକାକୁ ଚାକିରି କରିବା ପାଇଁ ଆସିଥିଲେ । ସେହିପରି ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ପ୍ରଥମଥର ପାଇଁ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।
