ରାଜଧାନୀର କୋକେନ କାରବାର ଗୁମର, ମୋବାଇଲ ଖୋଲିବ ଲିଙ୍କ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ କୋକେନ୍ ମିଳିବା ଘଟଣାରେ ଅଭିଯୁକ୍ତ ସନି ଓ ରବିଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରା ଉଚରା କରୁଛି ଏସଟିଏଫ । ରିମାଣ୍ଡ ଅବଧି ଭିତରେ ଗୁମର ଖୋଲିବ ଏସଟିଏଫ । ରବିର ମୋବାଇଲ ଖୋଲିବ କୋକେନ୍ ସିକ୍ରେଟ୍ । କାରଣ ରବି ଏକାଧିକ ମୋବାଇଲରେ ଲୋକଙ୍କ ସହ କଥା ହୋଇ ଡ଼ିଲ କରିଥିବା ଏସଟିଏଫ ଜାଣିବାକୁ ପାଇଛି । ଲୋକେସନ୍ ଟ୍ରାକ୍ ଭୟରେ ଭିନ୍ନ ଭିନ୍ନ ଫୋନ ଯୋଗେ କଥା ହେଉଥିଲା ଏହି କୋକେନ ଦଲାଲ । ଏପରିକି କଲ ଡ଼ିଟେଲ୍ସ ରେକର୍ଡ଼ ଭୟରେ ହ୍ୱାଟ୍ସଆପ୍ ଓ ଟେଲିଗ୍ରାମକୁ ମାଧ୍ୟମ କରିଥିଲା । ବିଶେଷକରି ସାଉଥ ଆଫ୍ରିକା ଓ ଦିଲ୍ଲୀର ତୁର୍କମାନ ଲିଙ୍କ ବାବଦରେ ସୁରାକ୍ ପାଇଛି ଏସଟିଏଫ । ୧୨ ତାରିଖ ଦିନ ଭୁବନେଶ୍ୱର ଜାଭିୟର ଛକରୁ ୨୦୨ ଗ୍ରାମ କେକେନ୍ ଜବତ କରିଥିଲା ଏସଟିଏଫ । ଓଡ଼ିଶାରୁ କୋକେନ୍ ଜବତ ହେବା ଏହା ପ୍ରଥମ ଘଟଣା ଥିଲା । ରିମାଣ୍ଡ ବେଳେ ଅଭିଯୁକ୍ତଙ୍କ ସହ ଅନ୍ୟ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପଚରା ଉଚରା କରୁଛି ଏସଟିଏଫ ।
ସୂଚନା ଯେ, ସେମାନେ ୨୦୨୩ ଜାନୁଆରି ହକି ବିଶ୍ୱକପରେ ସାମିଲ ହେବାକୁ ଥିବା ବିଦେଶୀ ଖେଳାଳି ଓ ବିଦେଶୀ ଦର୍ଶକ ମାନଙ୍କୁ ଟାର୍ଗେଟ କରିବାର ପ୍ଲାନ୍ କରିଥିଲେ । ଏନେଇ ଭୁବନେଶ୍ୱରର ବଡ଼ ବଜ ହୋଟେଲ ଓ ଦୋକାନୀମାନଙ୍କୁ ସହ ଆଲୋଚନା ଚାଲିଥିଲା । ତେବେ ଗତ କିଛି ଦିନ ତଳେ ଭୁବନେଶ୍ୱର ସ୍ଥିତ Xavier Square ରେ ଦୁଇ ଜଣ ଲୋକ ଡ୍ରଗ୍ସ ବେପାର କରୁଥିବା ଖବର ପାଇଥିଲା ରାଜ୍ୟ ଏସ୍ଟିଏଫ । ଖବର ପାଇ ଏକ ସ୍ୱତନ୍ତ୍ର ଟିମ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୦୨ ଗ୍ରାମର କୋକେନ୍ ଜବତ କରିଥିଲା । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହୋବ ବୋଲି କୁହାଯାଉଛି । ଦୁଇ ଅଭିଯୁକ୍ତ ରବି ଓ ସନ୍ନି ରାଜସ୍ଥାନର ବାସିନ୍ଦା । ରବି ଓ ସନ୍ନିଙ୍କୁ ପଚରାଉଚରା କରିବା ବେଳେ ଅନେକ ଗୁରୁତ୍ୟପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା । କିଭଳି ଭୁବନେଶ୍ୱକୁ ଟାର୍ଗେଟ କରିଥିଲେ ଓ କିଭଳି ଚାଲିଥିଲା ଡ୍ରଗ୍ସ ବାପାରର ମାଷ୍ଟର ପ୍ଲାନ ଏହିଭଳି ଅନେକ ତଥ୍ୟର ଖୁଲାସା କରିଛି ଏସଟିଏଫ ।
