ଜାତୀୟ ରାଜପଥ ପାଟ୍ରୋଲିଂ କରିବେ ପୋଲିସ ସବ-ଇନ୍ସପେକ୍ଟର
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ତେଣୁ ସବ-ଇନ୍ସପେକ୍ଟର ପଦବୀ ପୋଲିସ ଅଫିସରମାନେ ଜାତୀୟ ରାଜପଥ ପାଟ୍ରୋଲିଂ କରିବେ । ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏଭଳି ନିର୍ଦ୍ଦେଶ ଜାରି କରିଛି । ପ୍ରତିଦିନ ଜାତୀୟ ରାଜପଥରେ ବେପରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନୀ ହେଉଛି । ଏଥିରେ ରୋକ ଦେବା ପାଇଁ ରାଜ୍ୟ ପରିବହନ ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ।
