ପେପରଲେସ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ନଂ. ୧
ଭୁବନେଶ୍ବର : ବିକାଶ ପଥେ ଆଉ ଏକ ସଫଳତା ହାସଲ କରିଛି ଓଡିଶା । କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହେବ ଓଡିଶା । କାରଣ ଦେଶରେ ପେପର ଲେସ ବିଧାନସଭାରେ ଓଡିଶା ନଂ ୧ । ଏକମାତ୍ର ରାଜ୍ୟ ଭାବେ ଓଡିଶା ପାଇଁବ ଏହି ପୁରସ୍କାର । ଏ ବିଷୟରେ ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ପେପରଲେସ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ଭଲ ପ୍ରଦର୍ଶନ କରିଛି । ଏହି କାର୍ଯ୍ୟକ୍ରମରେ ଦେଶରେ ଓଡିଶା ବିଧାନସଭା ଏକ ନମ୍ବର ହୋଇଛି । ଏହିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ ହେବ ଓଡିଶା ବିଧାନସଭା । ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତି କହିଛନ୍ତି ଯେ, କେବଳ ଏକମାତ୍ର ରାଜ୍ୟ ଭାବେ ଓଡିଶା ପାଇବ ଏହି ଏକ୍ସିଲେନସି ଆୱାର୍ଡ । ଆସନ୍ତା ୨୨ ତାରିଖରେ ରାଜ୍ୟକୁ ଏହି ପୁରସ୍କାର ଦିଆଯିବ । ବିଧାନସଭା ସଚିବ ଓ ୨ ଜଣ ଅଧିକାରୀ ରାଜ୍ୟ ପକ୍ଷରୁ ପୁରସ୍କାର ଗ୍ରହଣ କରିବେ ।
