ଭିଜିଲାନ୍ସ ଜାଲରେ ବରଗଡ଼ ଜିଲା ଜନସ୍ୱାସ୍ଥ୍ୟ ଅଧିକରୀ
ବରଗଡ଼ : ବରଗଡ଼ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଚୂଳବତୀ ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ଫୁଡ଼ ସେଫଟି ଲାଇସେନ୍ସ କରିଦେବା ପାଇଁ ଜଣେ ଦୋକାନୀ ଠାରୁ ୫ ହଜାର ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି । ତାଙ୍କ ବିରୋଧରେ ଏକ ମାମଲା (ନଂ-୧୭/୨୨) ରୁୁଜୁ କରି ଭିଜିଲାନ୍ସ ୨ଟି ସ୍ଥାନରେ ଚଢାଉ ଜାରି ରଖିଛି।
ଭିଜିଲାନ୍ସ ଜାଲରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଚୂଲାବତୀ ସାହୁ । ସେ ଏକ ଖାଦ୍ୟ ସୁରକ୍ଷା ଲାଇସେନ୍ସ ସାର୍ଟିଫିକେଟ କରାଇ ଦେବାପାଇଁ ବରଗଡ଼ର ହରେକୃଷ୍ଣ ପ୍ରଧାନଙ୍କ ଠାରୁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଛି । ତାଙ୍କ ନାଁରେ ଆଗରୁ ମଧ୍ୟ ଲାଂଚ ନେଉଥିବା ଅଭିଯୋଗ ହେଉଥିବା ବେଳେ ଆଜି ପୁଣି ହରେକୃଷ୍ଣ ପ୍ରଧାନ ଏକ ନୂତନ ହୋଟେଲ କରିବା ପାଇଁ ତାଙ୍କ ପାଖକୁ ଲାଇସେନ୍ସ ପାଇଁ ଆସିଥିଲେ । ତେବେ ତାଙ୍କ ଠାରୁ ପାଞ୍ଚ ହଜାର ଲାଞ୍ଚ ମାଗିଥିଲେ । ସେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କ ତାଙ୍କ ଠାରୁ ଉକ୍ତ ଟଙ୍କା ଜବତ କରି ତଦନ୍ତ ଚଳାଇଛି । ବିଭାଗ ବରଗଡ ଜିଲ୍ଲାର ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିବା ଜଣାପଡ଼ିଛି ।
