ସିଝୁଛି ସାରା ଓଡିଶା , ସୋନପୁରରେ ରେକର୍ଡ ୪୪.୪ଂ
ଭୁବନେଶ୍ୱର : ପ୍ରବଳ ତାତିରେ ସିଝୁଛି ସାରା ଓଡିଶା । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ତାତି ଅସହ୍ୟ ହେଉଛି । ମଙ୍ଗଳବାର ରାଜ୍ୟର ୨୧ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା ଠାରୁ ଅଧିକ ରହିଛି । ସେହିପରି ୯ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଆଜି ସୋନପୁର ରାଜ୍ୟର ସର୍ବାଧିକ ଉତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୪.୪ ଡିଗ୍ରୀ ରେକର୍ଡ ହୋଇଛି ।
ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ସୋନପୁର ପରେ ଆଜି ଦ୍ୱିତୀୟ ଉତପ୍ତ ସହର ରହିଥିଲା ବଲାଙ୍ଗୀର । ଏଠାରେ ୪୪.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଅନୁଗୁଳରେ ୪୩.୧ ଡିଗ୍ରୀ, ବାରିପଦାରେ ୪୧.୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୮ ଡିଗ୍ରୀ, କେନ୍ଦୁଝରରେ ୪୦.୨ଡିଗ୍ରୀ, ସମ୍ବଲପୁରରେ ୪୨.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ, ଭବାନୀପାଟଣାରେ ୪୨.୦ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ତାଳଚେରରେ ୪୦.୬ ଡିଗ୍ରୀ , ଭଦ୍ରକରେ ୪୦.୦ଡିଗ୍ରୀ , ଢେଙ୍କାନାଳରେ ୪୦.୦ଡିଗ୍ରୀ , ଦେବଗଡ଼ରେ ୪୨.୦ ଡିଗ୍ରୀ, ବରଗଡ଼ରେ ୪୦.୫ ଡିଗ୍ରୀ, ନୂଆପଡ଼ାରେ ୪୧.୦ ଡିଗ୍ରୀ, ଖୋର୍ଦ୍ଧାରେ ୪୦.୦ ଡିଗ୍ରୀ, ବୌଦ୍ଧରେ ୪୩.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୧.୦ ଡିଗ୍ରୀ ଓ ମାଲକାନଗିରିରେ ୪୦.୦ ଡିଗ୍ରୀ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।ସେହିପରି ଭୁବନେଶ୍ୱରରେ ୩୭.୬ ଡିଗ୍ରୀ ଓ କଟକରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୨ ଦିନ ଯାଏଁ ଦିନ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି ।
