ଗ୍ରୀଷ୍ମ ଋତୁରେ କେମିତି ନେବେ ତ୍ୱଚାର ଯତ୍ନ, ଜାଣନ୍ତୁ କିଛି ସହଜ ଟିପ୍ସ
ସାଧାରଣତଃ ଗ୍ରୀଷ୍ମ ଋତୁରେ ସମସ୍ତଙ୍କ ଚିନ୍ତା ବଢିଯାଇଥାଏ କି ତ୍ବଚାର ଯତ୍ନ କିଭଳି ଭାବରେ ନେବେ । କାହିଁକି ନାଁ ଖରାର ପ୍ରଭାବରେ ଦିନକୁ ଦିନ ବଢିବାରେ ଲାଗିଲାଣି ଓ ଯେତେବେଳେ ଆମେ ସମସ୍ତେ ବାହାରକୁ ବାହାରୁଛେ ସେତେବେଳେ ସମସ୍ତଙ୍କ ମନରେ ଚିନ୍ତା ହୋଇଥାଏ କି ସ୍କିନ୍ ସମସ୍ୟା ହେବନି ତ? ଖରାରେ ବାହାରକୁ ବାହାରିଲେ ଅଧିକ କିଛି ସମସ୍ୟା ହେବନି ତ । ତ୍ବଚା କଳା ପଡିଯିବା, ତ୍ବଚାରେ ସମସ୍ୟା ହେବା, ରେସେସ୍ ହୋଇଯିବା । ଅନେକ କିଛି ଜିନିଷକୁ ନେଇ ସମସ୍ତେ ଚିନ୍ତିତ ଥାନ୍ତି । ସେଥିପାଇଁ ସମସ୍ତେ ଅନେକ କିଛି ଜିନିଷ କରିଥାନ୍ତି । କିନ୍ତୁ ପ୍ରକୃତରେ କେଉଁ ସବୁ ଜିନିଷ ଅବଲମ୍ବନ କଲେ ତ୍ବଚା ଠିକ୍ ରହିବ ତାହା ମଧ୍ୟ ଜାଣିବା ଅନେକ ମାତ୍ରାରେ ଦରକାର ।
ସାଧାରଣତଃ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ତ୍ୱଚା ସମସ୍ୟା ଥାଏ । ସେଥିପାଇଁ ସମସ୍ତେ ଚିନ୍ତିତ ଥାନ୍ତି କିଭଳି ଭାବରେ ନିଜର ତ୍ବଚାର ଯନ୍ତ୍ର ନେବେ । ପ୍ରଥମତଃ ଗ୍ରୀଷ୍ମ ଋତୁରେ ସମସ୍ତଙ୍କୁ ବହୁ ମାତ୍ରାରେ ପାଣି ପିଇବା କଥା । କେତେବେଳେ ମଧ୍ୟ ପାଣି ପିଇବାରେ ଅବହେଳା କରିବା କଥା ନୁହଁ, କାହିଁକି ନା ଦେହରେ ଜଳୀୟ ଅଂଶ କମ୍ ହେଲେ ସାଧାରଣଃ ତ୍ୱଚା ସମସ୍ୟା ବାହାରିଥାଏ । ଖାଇବା ପିଇବା ଉପରେ ମଧ୍ୟ ଅନେକ ମାତ୍ରାରେ ଧ୍ୟାନ ଦେବା ଦରକାର । ଯେମିତି କି ଗ୍ରୀଷ୍ମ ଋତୁ ସେଥିପାଇଁ ଆମେ ତେଲ ଜାତୀୟ ଖାଦ୍ୟକୁ ଯେତେ ମାତ୍ରାରେ କମ୍ ମାତ୍ରାରେ ଗ୍ରହଣ କରିପାରିବା ସେତେ ଭଲ । ପାଣି ଜାତୀୟ ଫଳ ଯେମିତି କି ଗ୍ରୀଷ୍ମ ଋତୁରେ ତରଭୁଜ, ଆମ୍ବ, କାକୁଡ଼ି, ସରବତ, ଦହି, ଲସି ଇତ୍ୟାଦି ଯେତେ ମାତ୍ରାରେ ପାରିବା ଏଭଳି ଜିନିଷ ଖାଇବା ପାଇଁ ଚେଷ୍ଟା କରିବା । ଯେଉଥିରେ କି ଆମେ ତ୍ୱଚା ସମସ୍ୟା ଠାରୁ ଦୂରେଇ ପାରିବ ଓ ଦେହ ମଧ୍ୟ ଆମର ସୁସ୍ଥ ରହିବ ।
ଯେତେବେଳେ ଆମେ ବାହାରକୁ ବାହାରୁଛେ ଧ୍ୟାନ ରଖିବା ଅଧିକ ଖରାରେ ବାହାରିଲେ ଛତା ବା କୌଣସି ଜିନିଷ ନେଇକି ଯିବା ଯେମିତି ଆମେ ଖରାରୁ ନିଜକୁ ରକ୍ଷା କରିପାରିବା କିମ୍ୱା ତ୍ୱଚା ଉପରେ କିଛି ହେଲେ ପ୍ରଭାବ ନ ପଡ଼ୁ । ଆମେ ଚେଷ୍ଟା କରିବା ଆମ ମୁହଁକୁ ଯେତେ ପାରିବା ଢାକି ରଖିବା । ଏହା ଦ୍ୱାରା ଖରା ସିଧା ସଳଖ ଯେମିତି ଆମ ମୁହଁରେ ନ ପଡ଼ୁ, କାହିଁକି ନାଁ ଖରା ସିଧାସଳଖ ଆମ ଉପରେ ପଡିଲେ ସେଇଟା ଆମ ତ୍ବଚା ପ୍ରତି ହାନିକାରକ ହୋଇଥାଏ । ଯେମିତି କି ରେସସ୍ ହେବା, ସ୍କିନ କଳା ପଡିଯିବା ଓ ଯଦି ଏହି ପ୍ରୋବଲେମ୍ ହେଲା ତେବେ ତାହା ଦୀର୍ଘ ଦିନ ପର୍ଯ୍ୟନ୍ତ ରହିଥାଏ । ସ୍କିନ ଯେହେତୁ ଗୋଟେ ସେନସେଟିଭ ପାର୍ଟ ସେଥିପାଇଁ ତାକୁ ବହୁ ମାତ୍ରାରେ ଯତ୍ନ ନେବା ଦରକାର । ଯଦି ଆପଣ ମାନେ ମୁହଁର ଯତ୍ନ ନେବା ପାଇଁ ଚାହୁଁଛନ୍ତି ତେବେ ଯେତେବେଳେ ଆପଣ ମାନେ ଘରୁ ବାହାରକୁ ବାହାରୁଛନ୍ତି ସେତେବେଳେ ସନସ୍କ୍ରିନ ଲଗେଇକି ବାହାରିବାର ଉଚିତ୍ । ଘରକୁ ଆସିଲା ପରେ ସବୁବେଳେ ମୁହଁକୁ ଠିକ୍ ଭାବେ ଧୋଇ ଶୋଇବା କଥା । ଯେତେବେଳେ ଆପଣ ମାନେ ଫ୍ରି ଥିବେ ସେତେବେଳେ ଘରୋଇ ଉପଚାର ଭାବରେ ଦହି, ବେସନ, ହଳଦୀ ମିକ୍ସ କରିକି ଲଗେଇ ପାରିବେ । ଯଦି ମୁହଁରେ କଳା ଦାଗ ହୋଇଛି ତାହେଳେ ଆଳୁକୁ ଘସିକି ତାକୁ ମଧ୍ୟ ମୁହିଁରେ ଲଗେଇ ପାରିବେ । ସେଥିରେ କଳା ଦାଗ ବହୁ ମାତ୍ରାରେ କମି ଯାଇଥାଏ । ସେମିତି ଆଖି ତଳ ଯଦି କଳା ପଡୁଛି ତେବେ କାକୁଡି ଲଗେଇ ପାରିବେ । ସେଥିରେ ମଧ୍ୟ ବହୁ ମାତ୍ରାରେ କଳା ଦାଗରୁ ଆପଣ ମାନଙ୍କୁ ରିଲେକ୍ସ ମିଳିପାରିବ ।
ଯଦି ଆପଣ ମାନେ ଏହି ସବୁ ଉପାୟ ଆପଣାଇବେ ତେବେ ନିହାତି ଭାବରେ ଗୋଟେ ସୁସ୍ଥ ସ୍କିନ ପାଇପାରିବେ ବା ଆପଣଙ୍କ ସ୍କିନ ସବୁବେଳେ ଠିକ୍ ରହିବ । ସେଥିପାଇଁ ଯଦି ଆପଣ ମାନେ ଗୋଟେ ସୁସ୍ଥ ସ୍କିନ ଚାହୁଁଛନ୍ତି ତେବେ ଏହି ସବୁ ଉପାୟ ଅବଲମ୍ବନ କରନ୍ତୁ ।
