ରୁଷର ଚେତାବନୀ ସତ୍ତ୍ୱେ ମାରିୟୁପୋଲରେ ଆତ୍ମସମର୍ପଣ କରିବାକୁ ମନାକଲା ୟୁକ୍ରେନ, କହିଲା ଶେଷ ପର୍ଯ୍ୟନ୍ତ ଲଢିବୁ
TOPSHOT - An aerial view taken on April 12, 2022, shows the city of Mariupol, during Russia's military invasion launched on Ukraine. - Russian troops on April 12 intensified their campaign to take the port city of Mariupol, part of an anticipated massive onslaught across eastern Ukraine, as the Russian president made a defiant case for the war on Russia's neighbour. (Photo by Andrey BORODULIN / AFP) (Photo by ANDREY BORODULIN/AFP via Getty Images)
କିଭ : ସାତ ସପ୍ତାହ ଧରି ଘେରାବନ୍ଦୀ ପରେ ୟୁକ୍ରେନ ବନ୍ଦର ସହର ମାରିୟୁପୋଲ ଉପରେ ରୁଷୀୟ ସୈନ୍ୟବାହିନୀ କବଜା କରିନେଇଛନ୍ତି । କୃଷ୍ଣ ସାଗରରେ ରୁଷର ଏକ ପ୍ରମୁଖ ଯୁଦ୍ଧ ଜାହାଜ ୟୁକ୍ରେନ ଆକ୍ରମଣରେ ବୁଡିଯିବା ପରେ ରୁଷ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣକୁ ଜୋରଦାର କରିଛି । ରବିବାର ରୁଷର ସୈନ୍ୟବାହିନୀ ଏକ ବୃହତ ଇସ୍ପାତ କାରଖାନାକୁ ଧ୍ୱଂସ କରିଦେଇଛନ୍ତି, ଯାହା ଦକ୍ଷିଣ ୟୁକ୍ରେନ ସହର ମାରିୟୁପୋଲରେ ୟୁକ୍ରେନର ଶେଷ ପ୍ରତିରୋଧ ଥିଲା।
ରୁଷର ସେନା ଆକଳନ କରିଛି ଯେ ପ୍ରାୟ ୨୫୦୦ ୟୁକ୍ରେନ ସୈନିକ ଏବେ ବି ଇସ୍ପାତ କାରଖାନାର ଅଣ୍ଡରଗ୍ରାଉଣ୍ଡରେ ଅଛନ୍ତି ଏବଂ ଲଢୁଛନ୍ତି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ମେଜର ଜେନେରାଲ ଇଗୋର କୋନାଶେଙ୍କୋଭ କହିଛନ୍ତି ଯେ ଆଜୋଭଷ୍ଟାଲରେ ପ୍ରାୟ ୨୫୦୦ ୟୁକ୍ରେନ ସୈନ୍ୟ ଅଛନ୍ତି, ଯଦିଓ ଏହି ଦାବି ସ୍ୱାଧୀନ ଭାବରେ ଯାଞ୍ଚ୍ ହୋଇପାରି ନାହିଁ | ୟୁକ୍ରେନ ଅଧିକାରୀମାନେ ଏ ବାବଦରେ କୌଣସି ସଂଖ୍ୟା ଉଲ୍ଲେଖ କରିନାହାଁନ୍ତି।
ମାରିୟୁପୋଲରେ ଲଢ଼ୁଥିବା ୟୁକ୍ରେନ ସୈନ୍ୟମାନଙ୍କୁ ରୁଷ ଆତ୍ମସମର୍ପଣ କରିବାକୁ କହିଛି । ଆତ୍ମସମର୍ପଣ କଲେ ସେମାନଙ୍କୁ ଜୀବନ୍ତ ଛଡ଼ାଯିବ ବୋଲି ରୁଷ କହିଛି । ରବିବାର ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଘୋଷଣା କରିଛି। ତେବେ ୟୁକ୍ରେନ ଆତ୍ମସମର୍ପଣ କରିବାକୁ ମନା କରିଦେଇଛି। ୟୁକ୍ରେନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଶେଷ ପର୍ଯ୍ୟନ୍ତ ଲଢିବୁ । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷ ବିରୋଧରେ ଲଢେଇରେ ପୁଣି ଅନ୍ତର୍ଜାତୀୟ ସହଯୋଗ ଲୋଡ଼ିଛନ୍ତି । ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଜେଲେନସ୍କି ଅନ୍ତର୍ଜାତୀୟ ସମୁଦାୟକୁ ଅପିଲ କରିଛନ୍ତି।
