ଅର୍ଜୁନ ତେନ୍ଦୁଲକରଙ୍କୁ ସୁଯୋଗ ଦେବ ମୁମ୍ବାଇ ଇଣ୍ଡିଆନ୍ସ !
ନୂଆଦିଲ୍ଲୀ : ଚଳିତ ଆଇପିଏଲ-୨୦୨୨ରେ ଲଗାତର ଭାବେ ଖରାପ ପ୍ରଦର୍ଶନ କରୁଛି ମୁମ୍ବାଇ ଇଣ୍ଡିଆନ୍ସ । ଇତି ମଧ୍ୟରେ ୫ ଥରର ଚାମ୍ପିଅନ ମୁମ୍ବାଇ ଖେଳିଥିବା ସମସ୍ତ ୫ଟି ମ୍ୟାଚ୍ ହାରି ସାରିଛି । ଦଳର ପ୍ରଦର୍ଶନକୁ ନେଇ ଚାରିଆଡୁ ପ୍ରଶ୍ନ ମଧ୍ୟ ଉଠିଲାଣି । ଫଳରେ ଟେନସନରେ ଅଧିନାୟକ ରୋହିତ ଶର୍ମା ।
ଖରାପ ପ୍ରଦର୍ଶନ ଯୋଗୁଁ ମୁମ୍ବାଇ ଦଳରେ କଣ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଦଳର ଟପ୍ ପ୍ଲେୟାର ତଥା ଷ୍ଟାର୍ ଖେଳାଳି ଫେଲ୍ ମାରୁଛନ୍ତି । ଏହି ପରି ଲାଗି ରହିଲେ ମୁମ୍ବାଇ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ନେଇ ଆଲୋଚନା ହେଉଛି । ତେବେ ଯଦି ଏପରି ହୁଏ ଚୂଡାନ୍ତ ଏକାଦଶରେ ଟିମ୍ ସାମିଲ ହୋଇପାରନ୍ତି ବାମହାତୀ ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକର । ସୂଚନା ଯେ, ଅର୍ଜୁନ ୨୦୨୧ରୁ ମୁମ୍ବାଇ ସହ ରହିଛନ୍ତି । ଗତ ସିଜିନରେ ତାଙ୍କୁ ମୁମ୍ବାଇ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଚଳିତ ସିଜିନରେ ତାଙ୍କ ପଛରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । କିନ୍ତୁ ଏବେସୁଦ୍ଧା ସେ ଗୋଟିଏ ହେଲେ ମ୍ୟାଚ୍ ଖେଳି ନାହାନ୍ତି । ଅର୍ଜୁନଙ୍କ କ୍ୟାରିଅର ଦେଖିଲେ, ସେ ଏବେ ସୁଦ୍ଧା ଦୁଇଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ୨ଟି ଓ୍ୱିକେଟ୍ ନେବା ସହ ୩ ରନ୍ କରିଛନ୍ତି ।
