ଜୁଲାଇ ୧ରେ ରଥଯାତ୍ରା, ରଥ ଟାଣିବେ ଶ୍ରଦ୍ଧାଳୁ
ପୁରୀ : ଚଳିତବର୍ଷ ଭକ୍ତଙ୍କ ମେଳରେ ରଥଯାତ୍ରା କରିବେ ମହାପ୍ରଭୁ । ଦୁଇ ବର୍ଷ ପରେ ତିନି ରଥ ଟାଣିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ରଥାରୂଢ ଚତୁର୍ଦ୍ଧା ବିଗ୍ରହ ଦର୍ଶନ କରିବେ ଭକ୍ତ । ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା ଓ ସ୍ନାନ ଯାତ୍ରା ଦେଖିବାକୁ ଭକ୍ତଙ୍କୁ ମିଳିବ ଅନୁମତି । ଶ୍ରୀରାମ ନବମୀ ତିଥିରେ ପରମ୍ପରା ଅନୁସାରେ ରବିବାର କଟକ ଖପୁରିଆ କରତକଳ ରେ ରଥକାଠ ଚିରଟ ଅନୁକୂଳ ହୋଇଛି । କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିବାରୁ ଶ୍ରୀମନ୍ଦିରରେ ଦର୍ଶନ ସ୍ୱାଭାବିକ ହୋଇଛି ।
ଜୁଲାଇ ୧ ଦିନ ମହାପ୍ରଭୁଙ୍କ ରଥଯାତ୍ରା ଶ୍ରୀ ଗୁଣ୍ଡିଚା ଅନୁଷ୍ଠିତ ହେବ । ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ରହିଲେ ପ୍ରାୟ ୧୦ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଘୋଷଯାତ୍ରାରେ ଅଂଶ ଗ୍ରହଣ କରିବେ । ଏଥିପାଇଁ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମନରେ ପ୍ରବଳ ଉକ୍ରଣ୍ଠା ଦେଖିବାକୁ ମିଳିଛି । ରଥ ସଂହିତାରେ ଥିବା ବ୍ୟବସ୍ଥା ଅନୁଯାୟୀ ଅକ୍ଷୟ ତୃତୀୟା ପରେ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଦୁଇ ବର୍ଷ ପରେ ଭକ୍ତ ରଥ ଟାଣିବାର ସୁଯୋଗ ପାଇବେ ,ତେଣୁ ପୂର୍ବାପେକ୍ଷା ଚଳିତ ବର୍ଷ ଭକ୍ତ ସଂଖ୍ୟା ବୃଦ୍ଧି ପାଇଁବାର ସମ୍ଭାବନା ରହିଛି । ତେବେ ଜାଣିବା କେଉଁ ଦିନ କେଉଁ ନୀତି
ତା ୩.୦୫.୨୦୨୨ ; ଅକ୍ଷୟ ତୃତୀୟା (ରଥ ନିର୍ମାଣ ଅନୁକୂଳ)
ତା ୧୪.୦୬.୨୦୨୨ ; ସ୍ନାନଯାତ୍ରା , ମହାପ୍ରଭୁଙ୍କ ଗଜାନନ ବେଶ
ତା ୧.୦୭.୨୦୨୨ ; ରଥଯାତ୍ରା (ଶ୍ରୀ ଗୁଣ୍ଡିଚା )
ତା୫.୦୭.୨୦୨୨ ; ହେରା ପଞ୍ଚମୀ
ତା ୮.୦୭.୨୦୨୨ ; ଆଡପ ମଣ୍ଡପରେ ସନ୍ଧ୍ୟା
ତା ୯.୦୭.୨୦୨୨ ; ମହାପ୍ରଭୁଙ୍କ ବାହୁଡା ଯାତ୍ରା
ତା ୧୦.୦୭.୨୦୨୨ ; ରଥ ଉପରେ ଠାକୁରଙ୍କ ସୁନାବେଶ
ତା ୧୧.୦୭.୨୦୨୨ ; ରଥ ଉପରେ ଅଧରପଣା ଭୋଗ
ତା ୧୨.୦୭.୨୦୨୨ ; ଚତୁର୍ଦ୍ଦା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ
