ଚଇତି ପର୍ବ : ତୃତୀୟ ଦିନରେ ମା’ଙ୍କ ସୁନା ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ଘଟଗାଁ : କେନ୍ଦୁଝର ଜିଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ ମହାଆଡମ୍ବରରେ ଜାରି ରହିଛି । ଦୀର୍ଘ ୭ ଦିନ ଧରି ପାଳିତ ହେଉଥିବା ଚଇତି ଯାତର ଷୋମବାର ତୃତୀୟ ଦିନ । ତୃତୀୟ ଦିନରେ ମଧ୍ୟ ମା’ ତାରିଣୀଙ୍କ ସୁନା ବେଶ ଦର୍ଶନ ପାଇଁ ହଜାର୍ ହଜାର୍ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ।
ତେବେ ଶୁଣିବାକୁ ମିଳେ ମାଙ୍କ ଚଇତି ପର୍ବର ସୁନାବେଶ ଖୁବ୍ ମନଲୋଭା ଏବଂ ଏହି ଦିନ ଗୁଡିକରେ ମା’ଙ୍କୁ ଦର୍ଶନ କରି ମା’କୁ ଯାହା ମାଗିଥାଏ, ମା’ ତାର ମନୋସ୍କାମନା ଅବିଳମ୍ବେ ପୁରଣ କରିଥାନ୍ତି । ଯାହାକୁ ଦେଖିବା ପାଇଁ ଆଜି ମଧ୍ୟ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଚଇତି ପର୍ବ ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରତି ଭକ୍ତ ମା’ଙ୍କ ପାଖକୁ କେବଳ୨ଟି ନଡିଆ ନେଇ ଦର୍ଶନ କରିବେ ବୋଲି ଜଣାପଡିଛି । ଯେଉଁ ଭକ୍ତ ୧୦୮ କିମ୍ବା ଅଧିକ ସଂଖ୍ୟକ ମାନସିକ ନଡିଆ ମାଙ୍କ ପାଖରେ ସମର୍ପଣ କରିବାକୁ ଆସିଥିବେ ସେମାନଙ୍କ ମାନସିକ ନଡିଆକୁ ମାଙ୍କ ପରିସରରେ ବିରାଜ ମାନ ଥିବା ମା ଦୁଆରଶୁଣୀଙ୍କ ନିକଟରେ ଲଗାଇବାର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ଥାନୀୟ ପୋଲିସ୍ ପ୍ରଶାସନ, ମନ୍ଦିର କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନ ମୁତୟନ ଅଛନ୍ତି ।
