ଓଡ଼ିଶା ପାଇଁ ଗର୍ବର ବିଷୟ ! ଭାରତୀୟ ତଟସେନାରେ ସାମିଲ ହେଲା ଏମ୍-କେ ୩ ସ୍କୁଆଡ୍ରନ ହେଲିକପ୍ଟର
ALH Mk3 helicopter squadron commissioned in Indian Navy
ଭୁବନେଶ୍ୱର : ଓଡ଼ିଶା ପାଇଁ ଗର୍ବର ବିଷୟ । ତଟରକ୍ଷା ବାହିନୀକୁ ମିଳିଲା ସାମରିକ ବଳ । ଭାରତୀୟ ତଟସେନାରେ ସାମିଲ ହେଲା ଏମ୍-କେ ୩ ସ୍କୁଆଡ୍ରନ ହେଲିକପ୍ଟର । ଆଜି ଭାରତୀୟ ତଟରକ୍ଷୀ ବାହିନୀ ମୁଖ୍ୟ ଭିଏସ୍ ପଠାନିଆଙ୍କ ଉପସ୍ଥିତିରେ ହେଲିକପ୍ଟରଟି ଭୁବନେଶ୍ୱରରେ ପହଞ୍ଚିଛି । ତେବେ କ’ଣ ଏହି ଏମ୍ କେ ୩ ସ୍କୁଆଡ୍ରନ ହେଲିକପ୍ଟର ।
ଉପକୂଳରେ ମଜଭୂତ୍ ହେବ ସୁରକ୍ଷା ବ୍ୟବସ୍ଥା । ଭାରତର ବଢୁଛି ସାମରିକ କ୍ଷମତା । ଦିନକୁ ଦିନ ନିଜ ସାମରିକ ଶକ୍ତି ବିକାଶରେ ଲାଗିପଡ଼ିଛି ଦେଶ । ଶସକ୍ତ ସେନା ବାହିନୀ, ଲଢ଼ୁଆ ରାଫେଲ ସହ ଏବେ ଦେଶର ସାମରିକ ଶକ୍ତିରେ ଯୋଡ଼ି ହୋଇଛି ଏମ୍ କେ ୩ ସ୍କୁଆଡ୍ରନ । ଏହା ଏକ ଶକ୍ତିଶାଳୀ ଯୁଦ୍ଧ ହେଲିକପ୍ଟର । ଆଗରୁ ଥିବା ହେଲିକପ୍ଟର ଠାରୁ ଏହା ଖୁବ ହାଲକା । ପ୍ରଥମେ ଏହା ଉପକୂଳ ଅଞ୍ଚଳର ସୁରକ୍ଷାରେ ବ୍ୟବହାର ହେବ । ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରହରା ଦେବା ପରେ ଅନ୍ୟ ସ୍ଥାନରେ ନିୟୋଜିତ କରାଯିବ । କୋଚି ଆଧାରିତ ନାଭାଲ ଫିଜିକାଲ ଏବଂ ଓସେନୋଗ୍ରାଫିକ ଲାବୋରେଟୋରୀ ଦ୍ୱାରା ବିକଶିତ ହୋଇଛି ଏମ୍ କେ ୩ ସ୍କୁଆଡ୍ରନ । ଏକ ଲୋ ଫ୍ରିକ୍ୱେନ୍ସି ଡଙ୍କିଂ ସୋନାର ସହିତ ହେଲିକପ୍ଟର ତଟବାହିନୀକୁ ଅଧିକ ଶକ୍ତିଶାଳୀ କରିବ । ଏହା ବ୍ୟତୀତ ବହୁ ଅତ୍ୟାଧୁନିକ କାରିଗରୀ ଜ୍ଞାନକୌଶଳରେ ଏହାକୁ ପ୍ରସ୍ତୁତ କରାଯାଇଛି । ଅତ୍ୟାଧୁନିକ ହେଲିକପ୍ଟର ଏମକେ-୩ ଓଡ଼ିଶା-ପଶ୍ଚିମବଙ୍ଗ ଜଳ ସୀମାକୁ ଏହା ସୁରକ୍ଷା ଦେବ । ଜରୁରୀକାଳୀନ ପରିସ୍ଥିତି ଏପରିକି ସ୍ୱାସ୍ଥ୍ୟସେବାରେ ଏହାକୁ ନିୟୋଜିତ କରାଯିବ ।
