ଆଇପିଏଲ-୨୦୨୨ : ପ୍ରଥମ ବିଜୟ ହାସଲ କଲା ହାଇଦ୍ରାବାଦ, ଚେନ୍ନାଇର କ୍ରମାଗତ ଚତୁର୍ଥ ପରାଜୟ
ମୁମ୍ବାଇ : ଆଇପିଏଲରେ ଶନିବାର ୧୭ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ଖେଳାଯାଇଛି । ଏଥିରେ ଅଭିଷେକ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ସନ ରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଛି। ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ କ୍ରମାଗତ ଚତୁର୍ଥ ପରାଜୟ ଭୋଗି ପଏଣ୍ଟ ଟେବୁଲର ନିମ୍ନ ସ୍ଥାନରେ ରହିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୭ ଓ୍ଵିକେଟ୍ ବିନିମୟରେ ୧୫୪ ରନ କରିଥିଲା। ଦଳ ପକ୍ଷରୁ ମୋଇନ ଅଲ୍ଲୀ ୪୮ ରନ କରିଥିଲେ। ଜବାବରେ ଅଭିଷେକ ଶର୍ମାଙ୍କ ୭୫ ରନ ଏବଂ ରାହୁଲ ତ୍ରିପାଠୀଙ୍କ ଅପରାଜିତ ୩୯ ରନ ବଳରେ ହାଇଦ୍ରାବାଦ ୧୭.୪ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ହାଇଦ୍ରାବାଦର ଚଳିତ ଆଇପିଏଲରେ ଏହା ହେଉଛି ପ୍ରଥମ ବିଜୟ।
ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ବିନିମୟରେ ୧୫୪ ରନ କରିଛି। ମୋଇନ ଅଲ୍ଲୀ ସର୍ବାଦଧିକ ୪୮ ରନ କରିଥିବା ବେଳେ ଅମ୍ଵତି ରାୟୁଡୁ ୨୭ ଏବଂ ରବୀନ୍ଦ୍ର ଜାଡେଜା ୨୩ ରନ କରିଛନ୍ତି। ହାଇଦ୍ରାବାଦ ପକ୍ଷରୁ ଓ୍ଵାଶିଂଟନ ସୁନ୍ଦର ଏବଂ ଟି ଟନରାଜନ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ସିଜିନରେ ପ୍ରଥମ ବିଜୟ ହାସଲ ପାଇଁ ହାଇଦ୍ରାବାଦ ସମ୍ମୁଖରେ ୧୫୫ ରନର ବିଜୟ ଲକ୍ଷ୍ୟ ରହିଛି।
୧୫୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦକୁ ଅଧିନାୟକ ଓ୍ଵିଲିୟମସନ ଏବଂ ଅଭିଷେକ ଶର୍ମା ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟରେ ୧୨.୧ ଓଭରରେ ୮୯ ରନ ଯୋଡିଥିଲେ। ଓ୍ଵିଲିୟମସନ ମନ୍ଥର ବ୍ୟାଟିଂ କରି ୪୦ ବଲରୁ ୩୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରାହୁଲ ତ୍ରିପାଠୀ ଏବଂ ଶର୍ମା ଦଳର ଇନିଂସକୁ ଆଗକୁ ବଢାଇବା ସହ ଦ୍ଵିତୀୟ ଓ୍ଵିକେଟର ୫୬ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ। ଶର୍ମା ଦମଦାର ବ୍ୟାଟିଂ କରି ୫୦ ବଲରୁ ୫ ଚୌକା ଏବଂ ୩ ଛକା ସହ ୭୪ ରନ କରିଥିଲେ। ରାହୁଲ ତ୍ରିପାଠୀ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୫ ବଲରୁ ୫ ଚୌକା ଏବଂ ୨ ଛକା ସହ ୩୯ ରନ କରି ଦଳକୁ ୧୭.୪ ଓଭରରେ ୨ ଓ୍ଵିକେଟ୍ ବିନିମୟରେ ଦଳକୁ ବିଜୟୀ କରାଇଛନ୍ତି। ନିକୋଲାସ ପୁରନ ୫ ରନ କରି ଅପରାଜିତ ଥିଲେ।
