ଦୁଇବର୍ଷ ପରେ ଚଇତି ପର୍ବ, ମା’ଙ୍କ ସୁନା ବେଶ ଦେଖିବାକୁ ଭକ୍ତଙ୍କ ସମାଗମ
କେନ୍ଦୁଝର : ଆଜି ଠାରୁ ଆରମ୍ଭ ହେଲା କେନ୍ଦୁଝର ଜିଲାର ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ଘଟଗାଁ ମା’ ତାରିଣୀଙ୍କ ୮୬ତମ ଚଇତି ପର୍ବ । ମା’ଙ୍କ ଏହି ପର୍ବ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ଆଜି ଠାରୁ ମା’ ୭ ଦିନ ଧରି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। ତେବେ ଚଇତି ପର୍ବ ପ୍ରଥମ ଦିନ ଅବରରେ ଆଜି ମା’ ତାରିଣୀଙ୍କ ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଚଇତି ପର୍ବ ପାଇଁ ଉତ୍ସବ ମୁଖର ହୋଇ ପଡିଛି ମା’ ତାରିଣୀଙ୍କ ଘଟଗାଁ ପୀଠ । ଧୂପ, ଦ୍ୱୀପ, କର୍ପୂର ବାସ୍ନାରେ ମନ୍ଦିର ମହମହ ବାସି ଉଠୁଥିବା ବେଳେ ଶଂଙ୍ଖ, ହୁଳହୁଳି, ଯୋଡି ନାଗରା ଓ ମହୁରୀ ଶବ୍ଦରେ ମନ୍ଦିର ବେଢା ଉଠୁଚି ପଡୁଛି । ଆଜି ମା’ଙ୍କ ନିତୀ ପୂଜା ଅନୁଷ୍ଠିତ ହେବା ପରେ ବେଲବ ପୀଠରେ ଭାଗବତ ପାଠ, ଚଣ୍ଡି ପାଠ, ହୋମ ଯଜ୍ଞ ଓ ସତ୍ୟ ନାରାୟଣ ପୂଜା ଅନୁଷ୍ଟିତ ହେଉଅଛି।
ଆଜି ଚଇତି ପର୍ବର ପ୍ରଥମ ଦିନରେ ମା’ର ସୁନାବେଶ ଭକ୍ତ ମନ ଛୁଇଁ ନେଉଛି । ଆଜି ସକାଳୁ ମାଙ୍କର ସେବାୟତ ମାନେ ପ୍ରଥମେ ମା’ଙ୍କର ମହାସ୍ନାନ କାର୍ୟ୍ୟ ସମାପନ କରି ସୁନାବେଶରେ ମାଙ୍କୁ ସଜ୍ଜିତ କରିବା ପରେ ମାଙ୍କର ମାଜଣା, ବଡ ସିଂହାର ବେଶ, ଷୋଡଶ ଉପଚାର ପୂଜା, ମଙ୍ଗଳ ଆଳତି ତଥା ମାଙ୍କର ଯଥା ରିତି କାନ୍ତିରେ ପୂଜାର୍ଚ୍ଚନା କରି ମାଙ୍କର ମନ୍ଦିର ପହଡ ଖୋଲିଛି । ମାଙ୍କୁ ଏବଂ ମାଙ୍କର ସୁନା ବେଶକୁ ଦର୍ଶନ କରିବା ପାଇଁ ହଜାର୍ ହଜାର୍ ସମାଗମ ଦେଥିବାକୁ ମିଳିଛି ଜ୍ଝ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ମା ତାରିଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କ ଶ୍ରୁଙ୍ଖଳିତ ଦର୍ଶନ ପାଇଁ ମା ତାରିଣୀ ମନ୍ଦିରର ଚତୁର୍ପାଶ୍ବରେ ଟାଣ ଖରାର ପ୍ରକୋପରୁ ବଂଚିବା ପାଇଁ ଅସ୍ଥାୟୀ ଟେଣ୍ଟର ବ୍ୟବସ୍ଥା, ମନ୍ଦିର ପରିସରରେ ପାଥାପାଖି ୧୫ରୁ ଉର୍ଦ୍ଧ ବ୍ୟାରିଗେଟ୍ ର ବ୍ୟବସ୍ଥା, ଅଧିକରୁ ଅଧିକ ସଂଖ୍ୟାରେ ମନ୍ଦିର କର୍ମଚାରୀ, ସ୍ବେଚ୍ଛାସେବି ସାଙ୍ଗକୁ ବ୍ୟାପକ ପରିମାଣରେ ପୋଲିସ୍ ମଧ୍ୟ ମୁତୟନ କରାଯାଇଛି ।
